ଓଡିଶା

BJP: ବିଜେପିରେ ମିଶିଲେ ବହୁ ସମବାୟବିତ୍: ପ୍ରମୁଖ ସମବାୟ ସମିତିର ସଭାପତି, ନିର୍ଦ୍ଦେଶକ, ସଦସ୍ୟ ସାମିଲ ହେଲେ

ବିଜେପି ସରକାର ରାଜ୍ୟର ସମବାୟ ବ୍ୟବସ୍ଥାର କାୟାକଳ୍ପ ବଦଳାଇବାକୁ ଯୋଜନା କରୁଛି। ଏହି କ୍ରମରେ ଆଜି ରାଜ୍ୟର ବହୁ ବିଶିଷ୍ଟ ସମବାୟବିତ୍ ବିଜେପିରେ ମିଶିଛନ୍ତି। ବିଜେଡି ସରକାର ଅମଳରେ ଯେଉଁମାନେ ସମବାୟ....

ଭୁବନେଶ୍ୱର: ବିଜେପି ସରକାର ରାଜ୍ୟର ସମବାୟ ବ୍ୟବସ୍ଥାର କାୟାକଳ୍ପ ବଦଳାଇବାକୁ ଯୋଜନା କରୁଛି। ଏହି କ୍ରମରେ ଆଜି ରାଜ୍ୟର ବହୁ ବିଶିଷ୍ଟ ସମବାୟବିତ୍ ବିଜେପିରେ ମିଶିଛନ୍ତି। ବିଜେଡି ସରକାର ଅମଳରେ ଯେଉଁମାନେ ସମବାୟ ସଂସ୍ଥାଗୁଡ଼ିକରେ ନିଜର ଆଧିପାତ୍ୟ ଜାହିର୍ କରିଥିଲେ ସେଥିରୁ ଅଧିକାଂଶ ଆଜି ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧିଛନ୍ତି। ଏନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍‌ସିବି)ର ଅଧ୍ୟକ୍ଷ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସ୍‌ସିୟୁ) ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ, ଅର୍ବାନ ବ୍ୟାଙ୍କ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡ଼ିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ଉପାଧ୍ୟକ୍ଷା ସୁଷମା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଦେବସ୍ମିତା ସାହୁ, ଫିସ୍‌ଫେଡ୍‌ ଅଧ୍ୟକ୍ଷ ସସ୍ମିତା ରାଉତ, ଓପୋଲଫେଡ୍‌ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମ୍‌ଫେଡ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଉପସଭାପତି ସୁନିତା ବରାଳ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ଉପସଭାପତି ଜୟଶ୍ରୀ ଗଡ଼ନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ବୌଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖ ବିଜେପିରେ ସାମିଲ ହୋଇଥଲେ।

ଏହା ବାଦ୍ ଓଏସ୍‌ସିବି, ଓପୋଲଫେଡ୍‌, ଓମ୍‌ଫେଡ୍‌, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି,  ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତ୍ତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟ ବିଜେପିରେ ମିଶିଛନ୍ତି।

ମିଶ୍ରଣ ପର୍ବରେ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି, ବିଜେପି ସରକାରରେ ସମବାୟ ଆନ୍ଦୋଳନ ଶକ୍ତିଶାଳୀ ହେଉଛି। ସାଧାରଣ ଲୋକ ଶକ୍ତିଶାଳୀ ହେଉଛନ୍ତି। ସମବାୟ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରି ଆତ୍ମନିର୍ଭରଶୀଳ କରାଯିବ। ଆଜିର ଏହି ମିଶ୍ରଣ ଦ୍ୱାରା ସମବାୟ କ୍ଷେତ୍ରରେ  ବିଜେପିର ଶକ୍ତି ବୃଦ୍ଧି ହୋଇଛି। ଏହି ମିଶ୍ରଣ ପର୍ବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ବାବୁ ସିଂହ, ସରୋଜ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ଯଜ୍ଞେଶ୍ୱର ବାବୁ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button