ପାଠନା: ଜନତା ଦଳ ୟୁନାଇଟେଡ୍ ନେତା ତଥା ବିହାର ଅର୍ଥ ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଓ ଦଳୀୟ ନେତା ବିଜୟ କୁମାର ଚୌଧୁରୀ ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମ୍ରାଟ ଚୌଧୁରୀ ବୁଧବାର ଲୋକଭବନରେ ଶପଥ ନେବା ପରେ ଜେଡିୟୁରୁ ଦୁଇ ଜଣ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସମ୍ରାଟଙ୍କ ଶପଥ ଗ୍ରହଣ ପରେ ଦୁଇ ସହଯୋଗୀ ଦଳ ଭିତରେ ବିବାଦ ଦେଖାଯାଇଥିବା ନେଇ ଚର୍ଚ୍ଚା ହେଉଛି।
ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏଥର ମଧ୍ୟ ଏନଡିଏ ସରକାର ଅଛି, ତେଣୁ ଚିନ୍ତା କରିବାର କିଛି ନାହିଁ। ଶପଥ ଗ୍ରହଣ ଉତ୍ସବ ପରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରି ବିଜୟ କୁମାର ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ମୁଖ୍ୟ ନୀତୀଶ କୁମାରଙ୍କୁ କୃତଜ୍ଞତା ଜଣାଇଥିଲେ। ନୀତିଶ କୁମାରଙ୍କ ଦ୍ୱାରା ପ୍ରଚଳିତ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବୁ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ଜେଡି(ୟୁ) ନେତା ନୀତୀଶ କୁମାର ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି।
ସୌଜନ୍ୟ ସମ୍ବାଦ

