ଦେଶ ବିଦେଶ

Blast in Iran: ଇରାନର ବନ୍ଦର ଆବ୍ବାସରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ଆମେରିକାର ଯୁଦ୍ଧ ଜାହାଜ ତେହେରାନ ନିକଟରେ ପହଞ୍ଚି ଯାଇଛି। ଏପରି ସ୍ଥିତିରେ ଇରାନର ବନ୍ଦର ଆବ୍ବାସର ହୋର୍ମୋଜଗନ ପ୍ରଦେଶରେ ଶନିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଛି।

ଯୁଦ୍ଧ ଜାହାଜ ତେହେରାନ ନିକଟରେ ପହଞ୍ଚି ଯାଇଛି। ଏପରି ସ୍ଥିତିରେ ଇରାନର ବନ୍ଦର ଆବ୍ବାସର ହୋର୍ମୋଜଗନ ପ୍ରଦେଶରେ ଶନିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଛି। ଏହି ବିସ୍ଫୋରଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବନ୍ଦର ଆବ୍ବାସର ଆଜାଦଗାନ ଜିଲ୍ଲାରେ ଏକ ୮ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ ଲିକ୍‌ ଯୋଗୁଁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା। ସାମାଜିକ ଗଣମାଧ୍ୟମରେ ଆମେରିକା ଆକ୍ରମଣ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ସ୍ଥାନୀୟ ପ୍ରଶାସନ ଏହାକୁ ଏକ ଗ୍ୟାସ୍‌ ଲିକ୍‌ ଜନିତ ଦୁର୍ଘଟଣା କହିଛି। ଏଥିରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। କୋଠାର ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଧ୍ବଂସାବଶେଷ ତଳେ ଅଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button