ଦେଶ ବିଦେଶ

Boat Capsize: ବିହାର ଡ଼ଙ୍ଗାବୁଡ଼ି ଘଟଣା: ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା

କୂଳରେ ପହଞ୍ଚିବା ପୂର୍ବରୁ ସବୁକିଛି ଶେଷ! ଯେଉଁ ବୟସରେ ପିଲାମାନେ ହାତରେ ବହି ଧରି ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ନଦୀର ଗଭୀର ଜଳରେ ଲିଭିଗଲା ୧୩ ଜଣ ଶିଶୁଙ୍କ ଜୀବନଦୀପ। ବିହାରର ବୈଶାଳୀ ଜିଲ୍ଲାର ରାଘୋପୁରରେ ଘଟିଥିବା ଏହି ଛାତିଥରା ଡ଼ଙ୍ଗା ଦୁର୍ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

ନୂଆଦିଲ୍ଲୀ:  କୂଳରେ ପହଞ୍ଚିବା ପୂର୍ବରୁ ସବୁକିଛି ଶେଷ! ଯେଉଁ ବୟସରେ ପିଲାମାନେ ହାତରେ ବହି ଧରି ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ନଦୀର ଗଭୀର ଜଳରେ ଲିଭିଗଲା ୧୩ ଜଣ ଶିଶୁଙ୍କ ଜୀବନଦୀପ। ବିହାରର ବୈଶାଳୀ ଜିଲ୍ଲାର ରାଘୋପୁରରେ ଘଟିଥିବା ଏହି ଛାତିଥରା ଡ଼ଙ୍ଗା ଦୁର୍ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ମର୍ମାହତ କରିଛି। ବୈଶାଳୀ ଜିଲ୍ଲାର ରାଘୋପୁର ବ୍ଲକ୍‌ ଅନ୍ତର୍ଗତ ରାମପୁର ଶ୍ୟାମଚନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଡ଼ଙ୍ଗାଟି ଓଲଟି ପଡ଼ିବାରୁ ୧୩ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ରାମପ୍ରବେଶ ରାୟ ଓରଫ ରାଜାଙ୍କ ପରିବାରର ୭ ଜଣ ଶିଶୁ ଥିବା ଜଣାପଡ଼ିଛି। ଗୋଟିଏ ପରିବାରର ଏତେ ଜଣ ପିଲାଙ୍କୁ ହରାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button