Bomb threats: ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ଯାତ୍ରୀଙ୍କ ଶ୍ବାସକ୍ରିୟା!
ୟୁରୋପରେ ଗୁରୁବାର ପୁଣି ଥରେ ସୁରକ୍ଷା ସଂସ୍ଥାଗୁଡ଼ିକ ଭୟଭୀତ ହୋଇଯାଇଛନ୍ତି। ବୋମାମାଡ଼ ଧମକ କାରଣରୁ ପାଖାପାଖି ୧୨ଟି ବିମାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି ଅଥବା ଜରୁରୀକାଳୀନ ଅବରତଣ କରିବାକୁ ହୋଇଛି।

ନୂଆଦିଲ୍ଲୀ: ୟୁରୋପରେ ଗୁରୁବାର ପୁଣି ଥରେ ସୁରକ୍ଷା ସଂସ୍ଥାଗୁଡ଼ିକ ଭୟଭୀତ ହୋଇଯାଇଛନ୍ତି। ବୋମାମାଡ଼ ଧମକ କାରଣରୁ ପାଖାପାଖି ୧୨ଟି ବିମାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି ଅଥବା ଜରୁରୀକାଳୀନ ଅବରତଣ କରିବାକୁ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା। ତେବେ ବାରମ୍ବାର ଏଭଳି ଅଭାବନୀୟ ପରିସ୍ଥିତି ନେଇ ସୁରକ୍ଷା ସଂସ୍ଥାଗୁଡ଼ିକର ଚିନ୍ତା ବଢ଼ିଛି। ଏହି ସୁରକ୍ଷା ଆଲର୍ଟ ସମୟରେ ଡବଲିନ୍ରୁ ରୋମ ଅଭିମୁଖେ ଯାଉଥିବା ‘Aer Lingus’ର ବିମାନ ’EI402’କୁ ପ୍ୟାରିସରୁ ୧୦୦କିମି ଦୂର ଫ୍ରାନ୍ସର ଏଭରେକ୍ସ ଏୟାରପୋର୍ଟ ଉପରେ ସୁରକ୍ଷିତ ଅବତରଣ କରାଯାଇଛି।
ହେଲସିଙ୍କିରୁ ରୋମ ଅଭିମୁଖେ ଯାଉଥିବା ଫିନଏୟାରର ବିମାନକୁ ଇଟାଲିର ବାୟୁସେନାର ଲଢୁ୍ରା ବିମାନଗୁଡ଼ିକର ହେପାଜତରେ ‘ରୋମ ଫିମିସିନୋ ବିମାନବନ୍ଦର’ରେ ଅବତରଣ କରାଯାଇଥିଲା। ଇଟାଲି ପୁଲିସର ତଦନ୍ତ ବେଳେ କୌଣସି ବିସ୍ପୋରକ ସାମଗ୍ରୀ ମିଳି ନାହିଁ। ଏହା ବ୍ୟତୀତ ପୋଲାଣ୍ଡର ଏୟାରଲାଇନ ‘LOT’ର ଏକ ବିବାନ ବେଲଜିୟମର ବ୍ରେସେଲ୍ସ ଜାୱେଟମ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ସେଠାରେ ତଦନ୍ତ ପରେ ଏୟାରଲାଇନ ତରଫରୁ କୁହାଯାଇଛି ଯେ, କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ।
ସୌଜନ୍ୟ ସମ୍ବାଦ




