ଦେଶ ବିଦେଶ

Restaurant Staff Caught Spitting On Roti: ଛେପ ପକାଇ ରୁଟି ସେକିଲେ ରୋଷେୟା, ଗିରଫ କଲା ପୁଲିସ

Restaurant Staff Caught Spitting On Roti: ଛେପ ପକାଇ ରୁଟି ସେକିଲେ ରୋଷେୟା। ସାମ୍ନାକୁ ଆସିଲା ଏହି ଘୃଣ୍ୟ କାମର ଭିଡିଓ। ଭିଡିଓ ଭାଇରାଲ ପରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ।

ଗାଜିଆବାଦ: ଛେପ ପକାଇ ରୁଟି ସେକିଲେ ରୋଷେୟା। ସାମ୍ନାକୁ ଆସିଲା ଏହି ଘୃଣ୍ୟ କାମର ଭିଡିଓ।  ଭିଡିଓ ଭାଇରାଲ ପରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ନିଜ ଜୀବନର ସ୍ମରଣୀୟ ଦିନକୁ ପାଳନ କରିବା ପାଇଁ ଲୋକେ ବାହାରକୁ ଯାଇଥାନ୍ତି। କିଏ ବୁଲିବାକୁ ତ କିଏ ଖାଇବାକୁ ବାହାରକୁ ଯାଇଥାଏ। ହେଲେ ଯଦି ଆପଣଙ୍କୁ ସୁସ୍ବାଦୁ ଖାଦ୍ୟ ବଦଳରେ ଛେପ ଲଗା ରୁଟି ମିଳେ, ତେବେ ଆପଣ କ’ଣ କରିବେ? କିଭଳି ପ୍ରତିକ୍ରିୟା ଦେବେ? ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଷେୟା ଛେପ ଲଗାଇ ରୁଟି ସେକୁ ଥିବା ଦେଖିବାକୁ ମିଳିଛି। ଏଭଳି ମନକୁ ବିଚଳିତ କରିବା ଭଳି ଭିଡିଓ ଭାଇରାଲ ହେବା ପରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଛେପ ଲଗାଇ ରୁଟି ସେକିଲେ

ଘଟଣାଟି ଘଟିଥିଲା ଗାଜିଆବାଦରେ ଥିବା ଚିକେନ୍ ପଏଣ୍ଟ ନାମକ ଏକ ଦୋକାନରେ। ଏଠାରେ କାମ କରୁଥିବା ରୋ‌ଷେୟା ରୁଟି ଉପରେ ଛେପ ପକାଇବା ପରେ ତାକୁ ସେକୁଥିବା ଦେଖାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଘୃଣ୍ୟ କାର୍ଯ୍ୟକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ଏହା ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଜଣକ ହେଲେ ଜାଭେଦ ଅନସାରୀ।

ପରିଶ୍ରା ମିଶାଇ ଜୁସ୍ ବିକୁଥିଲେ

ଏହା ପ୍ରଥମ ଘଟଣା ନୁହେଁ। ଗାଜିଆବାଦରେ ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ଫଳ ରସରେ ପରିଶ୍ରା ମିଶାଇ ଲୋକଙ୍କୁ ଦିଆଯାଉଥିବା ଘଟଣା କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ପୁଲିସ ଦୋକାନର ମାଲିକ ଆମୀର ଖାନ୍ ଓ  ତାଙ୍କ ହେଲପରଙ୍କୁ ଗିରଫ କରିଥିଲା।

କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଖାଦ୍ୟ ସୁରକ୍ଷାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ନାଗରିକମାନେ ପ୍ରଶାସନକୁ ଯାଞ୍ଚ କଡ଼ାକଡ଼ି କରିବା, ସ୍ୱଚ୍ଛତା ନିୟମ ଲାଗୁ କରିବା ଏବଂ ରାସ୍ତାପାର୍ଶ୍ୱରେ ଥିବା ଖାଦ୍ୟପେୟ ଏବଂ ରେଷ୍ଟୁରାଣ୍ଟଗୁଡ଼ିକର ନିୟମିତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ଏଭଳି କାମକୁ ରୋକିବା ପାଇଁ ଅନେକ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button