ଦେଶ ବିଦେଶ

E Cigarate: ଲୋକସଭାରେ ଇ-ସିଗାରେଟ ଟାଣିବା ପ୍ରସଙ୍ଗ: ବାଚସ୍ପତି କହିଲେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ

ଲୋକସଭାରେ ଇ-ସିଗାରେଟ୍‌ ଟାଣିବା ପ୍ରସଙ୍ଗରେ ଆଜି ବାଚସ୍ପତି ଓମ୍‌ ବିର୍ଲା ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ଗୃହରେ ଇ-ସିଗାରେଟ ଟାଣିବା ମାମଲାରେ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ନୂଆଦିଲ୍ଲୀ: ଲୋକସଭାରେ ଇ-ସିଗାରେଟ୍‌ ଟାଣିବା ପ୍ରସଙ୍ଗରେ ଆଜି ବାଚସ୍ପତି ଓମ୍‌ ବିର୍ଲା ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ଗୃହରେ ଇ-ସିଗାରେଟ ଟାଣିବା ମାମଲାରେ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ କୌଣସି ପ୍ରକାର ସଂସଦୀୟ ନିୟମର ଉଲ୍ଲଂଘନ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବାଚସ୍ପତି କହିଛନ୍ତି। ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି ବାଚସ୍ପତି ବିର୍ଲା କହିଛନ୍ତି, ସଂସଦର ସମ୍ମାନ ଏବଂ ଶୃଙ୍ଖଳାରେ କୌଣସି ପ୍ରକାର ସାଲିସ କରାଯିବନାହିଁ। ଗୃହର ପବିତ୍ରତା ନଷ୍ଟ କରିବାର ଅଧିକାର କାହାର ବି ନାହିଁ।

ତଦନ୍ତ ଶେଷ ହେବାପରେ ଯିଏ ବି ସଂସଦୀୟ ନିୟମ ଉ୍ଲ୍ଲଂହଘନ କରିଥିବା ଜଣାପଡ଼ିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବାଚସ୍ପତି ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବାପରେ ଏହାକୁ ନେଇ ବଡ଼ ଧରଣର ବିବାଦ ହୋଇଥିଲା। ଗୃହରେ ଇ-ସିଗାରେଟ୍‌ ବ୍ୟବହାର ପାଇଁ ଅନୁମତି ଅଛି କି ବୋଲି ସେ ପ୍ରଶ୍ନ କରିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା।

ଠାକୁର ଅଭିଯୋଗ କରିଥିଲେ ଯେ ଦେଶରେ ଇ-ସିଗାରେଟ୍‌ ନିଷିଦ୍ଧ ହୋଇଥିଲେ ସୁଦ୍ଧା କିଛି ଟିଏମ୍‌ସି ସାଂସଦ ଲଗାତାର ଭାବେ ଗୃହରେ ଇ-ସିଗାରେଟ୍‌ ଟାଣୁଛନ୍ତି। ଏହି ଅଭିଯୋଗ ଉପରେ ଜବାବ ରଖି ବାଚସ୍ପତି କହିଥିଲେ ଯେ ଏଭଳି କୌଣସି ଅନୁମତି ପ୍ରଦାନ କରାଯାଇନାହିଁ। ବାଚସ୍ପତି କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଧୁମପାନ କକ୍ଷ ରହିଥିବାବେଳେ ଗୃହରେ ଧୁମପାନ ଏବଂ ଇ ସିଗାରେଟ ଟାଣିବା ଗ୍ରହୟେ ନୁହେଁ। ତଦନ୍ତର ଏକ ଅଂଶବିଶେଷ ଭାବେ ଫରେନ୍ସିକ ନମୁନା ସଂଗ୍ରହ କରି ଟେଷ୍ଟ୍‌ ପାଇଁ ପଠାଯାଇଛି। ତଦନ୍ତ କମିଟି ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବାପରେ ଏହି ମାମଲାରେ ଜେରା ପାଇଁ ତଦନ୍ତ କମିଟି ସାଂସଦଙ୍କୁ ସମନ୍‌ କରିବ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button