Buffalo DNA Test: ମଇଁଷି ପାଇଁ DNA ଟେଷ୍ଟ! ବିହାରର ଅଜବ ମାମଲା ଚର୍ଚ୍ଚାରେ
ସାଧାରଣତଃ DNA ଟେଷ୍ଟର କଥା ଆସିଲେ ମନକୁ ଆସେ ହତ୍ୟା ରହସ୍ୟ, ପାରିବାରିକ ବିବାଦ କିମ୍ବା ଅପରାଧ ତଦନ୍ତ। କିନ୍ତୁ କେବେ ଶୁଣିଛନ୍ତି କି, ଗୋଟିଏ ମଇଁଷିର ଅସଲି ମାଲିକ ଖୋଜିବା ପାଇଁ DNA ଟେଷ୍ଟ କରାଯିବ? ଶୁଣିବାକୁ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। ବିହାରର ଗୟା ଜିଲ୍ଲାରେ ଗୋଟିଏ ମଇଁଷିକୁ ନେଇ ଦୁଇ ଜଣ ନିଜକୁ ମାଲିକ ବୋଲି ଦାବି କରୁଛନ୍ତି ।

ନୂଆଦିଲ୍ଲୀ: ସାଧାରଣତଃ DNA ଟେଷ୍ଟର କଥା ଆସିଲେ ମନକୁ ଆସେ ହତ୍ୟା ରହସ୍ୟ, ପାରିବାରିକ ବିବାଦ କିମ୍ବା ଅପରାଧ ତଦନ୍ତ। କିନ୍ତୁ କେବେ ଶୁଣିଛନ୍ତି କି, ଗୋଟିଏ ମଇଁଷିର ଅସଲି ମାଲିକ ଖୋଜିବା ପାଇଁ DNA ଟେଷ୍ଟ କରାଯିବ? ଶୁଣିବାକୁ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। ବିହାରର ଗୟା ଜିଲ୍ଲାରେ ଗୋଟିଏ ମଇଁଷିକୁ ନେଇ ଦୁଇ ଜଣ ନିଜକୁ ମାଲିକ ବୋଲି ଦାବି କରୁଛନ୍ତି । ଆଉ ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ପୋଲିସ ର ନୂଆ ଫଣ୍ଡା ଡିଏନଏ ଟେଷ୍ଟ ।
ବିହାରର ଗୟା ଜିଲ୍ଲାରୁ ଆସିଛି ଏହି ନିଆରା ଘଟଣା । ଏହି ମଇଁଷିର ଦାବିଦାର ଜଣେ ନୁହେଁ, ଦୁଇ ଜଣ ବୋଲି କହୁଛନ୍ତି । ଉଭୟ ଏହାକୁ ନିଜର ବୋଲି କହୁଥିବାରୁ ପୋଲିସ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। କାହା କଥାକୁ ବିଶ୍ୱାସ କରିବେ ଏବଂ କାହାକୁ ମଇଁଷି ଫେରାଇବେ, ତାହା ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।, ସୂରଜ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମଇଁଷି କିଛି ଦିନ ତଳେ ହଜିଯାଇଥିଲା। ବହୁ ଖୋଜାଖୋଜି ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମଇଁଷି ଉପଥୁର ନୌରଙ୍ଗା ଟୋଲିରେ ପ୍ରକାଶ ମାଝୀଙ୍କ ପାଖରେ ଅଛି । ଏହା ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ମଇଁଷିଟିକୁ ପ୍ରକାଶଙ୍କ ଠାରୁ ଜବତ କରି ସୂରଜଙ୍କୁ ଦେଇଥିଲା। କିନ୍ତୁ କାହାଣୀରେ ଆସିଥିଲା ଟ୍ୱିଷ୍ଟ। ପ୍ରକାଶ ମାଝୀ ଦାବି କରିଥିଲେ ଯେ ମଇଁଷିଟି ତାଙ୍କର। ଚାରି ବର୍ଷ ପୂର୍ବେ ଏହା ଚୋରି ହୋଇଯାଇଥିଲା ଏବଂ ଏବେ ନିଜ ପୁରୁଣା ଘର ଚିହ୍ନି ପୁଣି ଫେରି ଆସିଛି। ଅନ୍ୟପଟେ ସୂରଜ କହୁଛନ୍ତି, ମଇଁଷିଟି ତାଙ୍କର ଏବଂ କିଛି ଦିନ ପୂର୍ବେ ବାଟବଣା ହୋଇ ଚାଲିଯାଇଥିଲା। ଏହି ଦୁଇ ଦାବି ମଧ୍ୟରେ ପୋଲିସ କଣ ନିଷ୍ପତ୍ତି ନବ କିଛି ବୁଝିପାରିନଥିଲା ।
ସୌଜନ୍ୟ ସମ୍ବାଦ




