ଅପରାଧ

Buldhana Murder Case: ୩ ଥର ବିଷ, ଶେଷରେ ୧ ଲକ୍ଷର ସୁପାରୀ: ପତ୍ନୀଙ୍କୁ ମାରିଲା ପାପୀ ସ୍ୱାମୀ

ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଦାଗ। ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତି ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସମସ୍ତ ସୀମା ପାର୍ କରିଦେଇଛି।

ବୁଲଢାଣା: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଦାଗ। ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତି ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସମସ୍ତ ସୀମା ପାର୍ କରିଦେଇଛି। ୩ ଥର ବିଷ ଦେଇ ମାରିବାକୁ ଚେଷ୍ଟା କରି ବିଫଳ ହେବା ପରେ, ଶେଷରେ ୧ ଲକ୍ଷ ଟଙ୍କାର ସୁପାରୀ ଦେଇ ପତ୍ନୀଙ୍କୁ ଜୀବନରୁ ମାରିଦେଇଛି ସ୍ୱାମୀ।

୩ ଥର ବିଷ ଦେଇ ବିଫଳ ହୋଇଥିଲା ସ୍ୱାମୀ

ଅଭିଯୁକ୍ତ ସ୍ୱାମୀ ପ୍ରକାଶ ଗାଓ୍ୱାଣ୍ଡେ ନିଜ ପତ୍ନୀ ଭୃଷାଳୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ଯୋଜନା କରିଥିଲା। ପୂର୍ବରୁ ସେ ତିନି ତିନି ଥର ଖାଦ୍ୟରେ ବିଷ ଦେଇ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲା। ଶେଷରେ ସେ ଜଣେ ବୃତ୍ତିଗତ ଅପରାଧୀ ବା ‘ହିଟ୍ମ୍ୟାନ୍’ର ସହାୟତା ନେଇଥିଲା।

୧ ଲକ୍ଷର ସୁପାରୀ ଓ ନକଲି ଦୁର୍ଘଟଣା

ପ୍ରକାଶ ନିଜ ପତ୍ନୀଙ୍କୁ ମାରିବା ପାଇଁ ମଙ୍ଗେଶ ଚୁଲକର ନାମକ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। ଯୋଜନା ମୁତାବକ, ଗତ ମାର୍ଚ୍ଚ ୨ ତାରିଖରେ ବୃଷାଳୀ ସ୍କୁଟରରେ ଯାଉଥିବା ସମୟରେ ଏକ ଧଳା ରଙ୍ଗର ଟାଟା ଇଣ୍ଟ୍ରା ଗାଡ଼ି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଭୃଷାଳୀଙ୍କ ମୃତ୍ୟୁ ଘଟିଥିଲା

ସନ୍ଦେହ ବଢ଼ାଇଲା ସେହି ଗୋଟିଏ ଗାଡ଼ି

ତଦନ୍ତ ସମୟରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏକ ଗାଡ଼ି ଉପରେ ସନ୍ଦେହ କରିଥିଲା। ଦୁର୍ଘଟଣା ପୂର୍ବରୁ ସେହି ଗାଡ଼ିଟି ବୃଷାଳୀଙ୍କ ପିଛା କରୁଥିବା ଦେଖାଯାଇଥିଲା। ପୋଲିସ ଗାଡ଼ି ମାଲିକ ମନୀଷ ସୂର୍ଯ୍ୟବଂଶୀଙ୍କୁ ଅଟକ ରଖି ଜେରା କରିବା ପରେ ପୂରା ରହସ୍ୟ ଉପରେ ପରଦା ହଟିଥିଲା। ମନୀଷ ସ୍ୱୀକାର କରିଥିଲେ ଯେ, ପ୍ରକାଶଙ୍କ ନିର୍ଦ୍ଦେଶରେ ହିଁ ସେ ଏହି କାଣ୍ଡ ଭିଆଇଛନ୍ତି।

୩ ଅଭିଯୁକ୍ତ ଗିରଫ

ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି:

* ପ୍ରକାଶ ଗାଓ୍ୱାଣ୍ଡେ (ମୁଖ୍ୟ ଅଭିଯୁକ୍ତ ସ୍ୱାମୀ)

* ମଙ୍ଗେଶ ଚୁଲକର (ସୁପାରୀ ନେଇଥିବା ବ୍ୟକ୍ତି)

* ମନୀଷ ସୂର୍ଯ୍ୟବଂଶୀ (ଗାଡ଼ି ଚାଳକ)

ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। କୋର୍ଟ ଅଭିଯୁକ୍ତମାନଙ୍କୁ ୩ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button