US Think Tank Warns: ହର୍ମୁଜ୍ରୁ ଲେବାନନ ପର୍ଯ୍ୟନ୍ତ, ଟ୍ରମ୍ପଙ୍କୁ ମନାଇ ସବୁ ହାତେଇ ନେଲା ଇରାନ: ଚୁକ୍ତି ନେଇ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଦେଲା ଚେତାବନୀ
ଇରାନ ଚୁକ୍ତି ବିଷୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଚେତାବନୀ ଦେଇଛି। ଥିଙ୍କ ଟ୍ୟାଙ୍କ କହିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରସ୍ତାବିତ ଚୁକ୍ତିନାମାର ଖସଡ଼ା ଇରାନର ଇଛା ଅନୁସାରେ କରାଯାଇଛି।

ତେହେରାନ: ଇରାନ ଚୁକ୍ତି ବିଷୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଚେତାବନୀ ଦେଇଛି। ଥିଙ୍କ ଟ୍ୟାଙ୍କ କହିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରସ୍ତାବିତ ଚୁକ୍ତିନାମାର ଖସଡ଼ା ଇରାନର ଇଛା ଅନୁସାରେ କରାଯାଇଛି। ଏହା ଦ୍ବାରା ଇରାନ ରଣନୈତିକ ଭାବରେ ଏକ ଦୃଢ଼ ସ୍ଥିତିରେ ରହିବ। ହର୍ମୁଜ୍ରୁ ଲେବାନନ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗ ଟ୍ରମ୍ପଙ୍କୁ ମନାଇ ସବୁ ଇରାନ ହାତେଇ ନେଇଥିବା ଥିଙ୍କ ଟ୍ୟାଙ୍କ କହିଛ।ଚୁକ୍ତି ଇରାନକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି। ଇରାନ ସରକାର ନିଜର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ପରମାଣୁ କାର୍ଯ୍ୟକ୍ରମ ପୁନଃଆରମ୍ଭ କରିବା ସହିତ ଇରାନ ପ୍ରକ୍ସି ନେଟୱାର୍କ ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ ସାମରିକ ମେଣ୍ଟକୁ ମଜବୁତ କରିବା ପାଇଁ ଏହାକୁ ବ୍ୟବହାର କରିପାରେ। ସେହିପରି ୬୦ ଦିନ ପରେ ଇରାନ ହର୍ମୁଜ୍ ଉପରେ ନିଜର ନିୟନ୍ତ୍ରଣ ପୁଣି ଜାହିର କରିପାରେ ବୋଲି ଥିଙ୍କ ଟ୍ୟାଙ୍କ ଆଶଙ୍କା ପ୍ରକାଶ କରିଛି।
ସୌଜନ୍ୟ ସମ୍ବାଦ




