ଦେଶ ବିଦେଶ

Case against abhimukteswaranand: ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ବିରୋଧ‌ରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ଉତ୍ତରପ୍ରଦେଶ କୋର୍ଟ

ତ୍ତରପ୍ରଦେଶ ପ୍ରୟାଗରାଜରେ ଏକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏକ ଯୌନ ନିର୍ଯାତନା ମାମଲାରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଏବଂ ତାଙ୍କ ଶିଷ୍ୟ ସ୍ବାମୀ ମୁକୁଦାନନ୍ଦ ଗିରିଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜେ (ପୋକ୍ସୋ ଆକ୍ଟ) ବିନୋଦ କୁମାର ଚୌରାସିଆ ଉକ୍ତ ଘଟଣାରେ ଏକ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବା ସହ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏକ ଯୌନ ନିର୍ଯାତନା ମାମଲାରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଏବଂ ତାଙ୍କ ଶିଷ୍ୟ ସ୍ବାମୀ ମୁକୁଦାନନ୍ଦ ଗିରିଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜେ (ପୋକ୍ସୋ ଆକ୍ଟ) ବିନୋଦ କୁମାର ଚୌରାସିଆ ଉକ୍ତ ଘଟଣାରେ ଏକ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବା ସହ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଝୁନ୍‌ସି ଥାନାରେ ମାମଲା ରୁଜୁ ହେବ। ଉଲ୍ଲେଖଯୋଗ୍ୟ, ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ବିରୋଧରେ ଧାରା ୧୭୩(୪) ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଶାକୁମ୍ଭରୀ ପୀଠାଧୀଶ୍ବର ଆଶୁତୋଷ ବ୍ରହ୍ମଚାରୀ ମହାରାଜଙ୍କ ଦ୍ବାରା ଏକ ଆବେଦନ କରାଯାଇଥିଲା।

ଉଲ୍ଳେଖଯୋଗ୍ୟ, ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଗତମାସରେ ଦାବି କରିଥିଲେ ଯେ ପ୍ରୟାଗରାଜ ମାଘମେଳାରେ ତାଙ୍କୁ ସଙ୍ଗମରେ ବୁଡ଼ ପକାଇବାରୁ ବାରଣ କରାଯାଇଥିଲା। ଏଥିପାଇଁ ସେ ୧୧ ଦିନିଆ ଧାରଣାରେ ବସିଥିଲେ। ବାରାଣସୀରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ମୁଁ ଯେତେବେଳେ ସେଠାରେ ୧୧ ଦିନ ଧାରଣାରେ ବସିଲି ମୋତେ ପବିତ୍ର ବୁଡ଼ ପକାଇବାପାଇଁ କେହି କହିଲେନି। ଏବେ ବହୁତ ବିଳମ୍ବ ହୋଇସାରିଛି। ଆସନ୍ତାବର୍ଷ ମାଘମେଳାରେ ମୁଁ ପ୍ରୟାଗରାଜ ଯାଇ ପବିତ୍ର ବୁଡ଼ ପକାଇବି ବୋଲି ସେ କହିଥିଲେ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button