CBSE 10th Result ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ଦେଶରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଛାତ୍ରୀଙ୍କ ମଧ୍ୟରେ  ପାସ୍‌ ହାର ୯୪.୯୯ ପ୍ରତିଶତ, ଛାତ୍ରଙ୍କ ମଧ୍ୟରେ ୯୨.୬୯%

ଭୁବନେଶ୍ବର: ଅପ୍ରିଲ୍‌ ୧୫ରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକଣ୍ଡାରି ଏଜୁକେସନ୍‌ (ସିବିଏସ୍‌)ଇ‌ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ cbse.gov.in, results.cbse.nic.in ରେ ଦେଖିପାରିବେ। ଏହା ବ୍ୟତୀତ ଡିଜିଲକର ଓ ଓମଙ୍ଗ ଆପ୍‌ରେ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ (୨୦୨୫-୨୬)ରେ ୧୭ ଫେବୃଆରି ୨୭ ଫେବୃଆରି ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ ହଜାର ୭୭୩ଜଣ ଛାତ୍ରୀ ଥିଲେ। ତେବେ ୨୪ଲକ୍ଷ ୭୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ କତାର, ୟୁଏଇ, ଓମାନ୍‌ ଆଦି ମଧ୍ୟପ୍ରାଚ୍ୟ ଦେଶରେ ସିବିଏସ୍‌ଇ ପରୀକ୍ଷା ସ୍ଥଗିତ ରହିଥିଲା। ପ୍ରାୟ ୭ଲକ୍ଷ ଶିକ୍ଷକ ଖାତା ଦେଖା ଓ ୪୬ହଜାର ମୁଖ୍ୟ ପରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ।

WhatsApp Image 2026-04-15 at 17.26.48

୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ନିମନ୍ତେ ସର୍ବନିମ୍ନ ହାରାହାରି ୩୩ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ। ଯେଉଁମାନେ ଏହି ନମ୍ବର ଆଣିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କମ୍ପାର୍ଟମେଣ୍ଟ୍‌ ପରୀକ୍ଷା ଦେବାକୁ ପୁଣିଥରେ ସୁଯୋଗ ଦିଆଯିବ।
ଚଳିତ ବର୍ଷ ସିବିଏସ୍‌ଇ ଅନୁଦିତ ସ୍କୁଲ୍‌ଗୁଡ଼ିକରେ ୯୯.୧୦% ପ୍ରତିଶତ ରହିଛି। ୨୦୨୫ରେ ଏହା ୯୮.୫୭% ରହିଥିଲା। ସ୍ବାଧୀନ ସିବିଏସ୍‌ଇ ସ୍କୁଲଗୁଡ଼ିକରେ ପାସ୍‌ହାର ୯୩.୭୭ ପ୍ରତିଶତ ରହିଥିବା ବେଳେ ସରକାରୀ ସ୍କୁଲ୍‌ଗୁଡ଼ିକରେ ପାସ୍‌ହାର ୯୧.୪୩ ପ୍ରତିଶତ ରହିଛି। ସରକାରୀ ସହାୟତା (ଏଡ୍‌ଡ) ସ୍କୁଲ୍‌ଗୁଡ଼ିକରେ ଏହା ୯୧.୦୧% ପ୍ରତିଶତ ରହିଛି। ସର୍ବାଧିକ ପାସ୍‌ ହାର ଥିବା ଜିଲ୍ଲାଗୁଡ଼ିକରେ ତ୍ରିଭେନ୍ଦ୍ରମ୍‌ (କେରଳ) ୯୯.୭୯%, ବିଜୟୱାଡ଼ା (ଆନ୍ଧ୍ରପ୍ରଦେଶ) ୯୯.୭୯%, ଚେନ୍ନାଇ (ତାମିଲନାଡ଼ୁ) ୯୯.୫୮%, ବେଙ୍ଗାଲୁରୁ (କର୍ଣ୍ଣାଟକ) ୯୮.୯୧% ରହିଛି।

 

 

 

ସୌଜନ୍ୟ ସମ୍ବାଦ