ଦେଶ ବିଦେଶ

CEC Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି ବିରୋଧୀ ଦଳ

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକ ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସୂତ୍ର ଅନୁଯାୟୀ ଏକ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଚଳିତ ସପ୍ତାହରେ ସଂସଦର ନିମ୍ନ ସଦନରେ ଉପସ୍ଥାପିତ କରାଯାଇପାରେ।

ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ନୋଟିସ୍ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ସାମିଲ ଥିବା ଜଣେ ତୃଣମୂଳ କଂଗ୍ରେସ ସାଂସଦ କହିଛନ୍ତି, ଏହା ୧୦୦ ପ୍ରତିଶତ ଟିମ୍‌ୱାର୍କ। ଡ୍ରାଫ୍ଟ ଏବଂ ଯୋଜନା ପାଇଁ ସମସ୍ତ ସମାନ ମନୋଭାବ ଥିବା ଦଳଗୁଡ଼ିକର ଏକ ସାମୂହିକ ପ୍ରୟାସ ହୋଇଛି। ଉଭୟ ଗୃହରେ କାର୍ଯ୍ୟାନ୍ୱୟନ ମଧ୍ୟ ଏକ ସମ୍ପୂର୍ଣ୍ଣ ଟିମ୍‌ୱାର୍କ ହେବ।

ମୁଖ୍ୟ ନିର୍ବାଚନ କମିସନର ତାଙ୍କ ପଦବୀର ଗରିମା କ୍ଷୁର୍ଣ୍ଣ କରିଛନ୍ତି। ମୁଖ୍ୟ ବିରୋଧୀ କଂଗ୍ରେସ ଦଳ ନୋଟିସ୍‌କୁ ସମର୍ଥନ କରିବ ବୋଲି କହିଛି। ଇଣ୍ଡି ଆଲାଏନ୍ସର ଅନ୍ୟ ଦଳଗୁଡ଼ିକ ମଧ୍ୟ ଏନେଇ ସହମତ ହୋଇଥିବା କୁହାଯାଉଛି। ନୋଟିସ୍‌କୁ ସାମୂହିକ ଭାବରେ ପ୍ରସ୍ତୁତ କରାଯାଇଛି। ବିରୋଧୀ ସାଂସଦମାନେ ଏବେ ଉଭୟ ଗୃହର ସାଂସଦମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରିବେ।

ନିୟମ ଅନୁଯାୟୀ, ନୋଟିସ୍ ପାଇଁ ଲୋକସଭାର ଅତି କମରେ ୧୦୦ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୫୦ ଜଣ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ। ସିଇସିଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କୁ ହଟାଇବା ପ୍ରକିୟା ସହ ସମାନ। ଖରାପ ଆଚରଣ ଏବଂ ଅକ୍ଷମତା ଆଧାରରେ ମହାଭିଯୋଗ ଅଣାଯାଇପାରିବ। ଏହି ପ୍ରସ୍ତାବ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଏହାକୁ ଦୁଇ-ତୃତୀୟାଂଶ ବହୁମତରେ ଗୃହୀତ ହେବାକୁ ପଡିବ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button