ଭୁବନେଶ୍ବର: ମା’ ହେଉଛି ବିଶ୍ବର ସବୁଠାରୁ ମହାନ ଶଦ୍ଦ। ମା’ ବିନା ପୃଥିବୀର କୌଣସି ଜିନିଷକୁ ପରିକଳ୍ପନା କରାଯାଇପାରିବ ନାହିଁ। ମା’ର ସମ୍ନାନ ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ; ବରଂ ପ୍ରତ୍ୟେକ ମୁହୂର୍ତ୍ତରେ ମା’ ହେଉଛି ସମ୍ମାନର ପାତ୍ରୀ। ନିଜ ସନ୍ତାନକୁ ବଡ଼ କରିବା ଏବଂ ଭଲରେ ବଢ଼ାଇବା ପାଇଁ ମା’ ବହୁତ ପରିଶ୍ରମ କରିଥାଏ। ନଜେ କଷ୍ଟ ପାଇଁ ନିଜ ପିଲାମାନଙ୍କ ମୁହଁରେ ହସ ଦେଖିବାକୁ ଚାହିଁଥାଏ। ପିଲାର ସୁଖ ପାଇଁ ନିଜ କର୍ତ୍ତବ୍ୟରେ କେବେ ଅବହେଳା କରି ନଥାଏ ବିଶ୍ବ ମାତୃ ଦିବସ ଅବସରରେ କଳିଙ୍ଗ ଆଡ୍ଭାନ୍ସ ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ମତ ରଖିଛନ୍ତି।
ସେହିପରି ରୋମା ଦାସମହାପାତ୍ର କହିଥିଲେ, ମା’ ବିନା ମାନବ ଜୀବନ ଅସମ୍ଭବ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ରିୟା ରୋନାଲ ପିଲାମାନଙ୍କୁ କହିଥିଲେ ମା’ ପାଇଁ ଆଜି ମୁଁ ଏତେ ବାଟ ଆଗେଇ ପାରିଛି। ସମାଜସେମୀ ମିତା ପଟ୍ଟନାୟକ ମାତୃ ଦିବସର ବାର୍ତ୍ତା ଦେଇଥିଲେ।
ସୌଜନ୍ୟ ସମ୍ବାଦ

