ଜିଲ୍ଲାରାଜ୍ୟ

Census Survey: ଜନଗଣନା ସର୍ଭେ ପାଇଁ ଟଣାଓଟରା, ହଟହଟା ହୋଇ ଫେରିଲେ ଅଧିକାରୀ

ପାରଳାଖେମୁଣ୍ଡି : କେବଳ ଓଡ଼ିଶା – ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ନୁହଁ ।  ଓଡ଼ିଶା-ଓଡ଼ିଶା ମଧ୍ୟରେ ମଧ୍ୟ ବିବାଦ ରହିଛି ।  ଜନଗଣନାକାର୍ଯ୍ୟ ସ୍ଥିତିରୁ ଏହା ସ୍ଵଷ୍ଟ ଭାବେ ଜଣାପଡୁଛି । ଗଜପତି ଓ ଗଞ୍ଜାମଜିଲ୍ଲା ମଧ୍ୟରେ ମଧ୍ୟ ବିବାଦ ରହିଛି ।ଗଜପତିଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗୁଡୁଖୁଡୀ ଗ୍ରାମରେ ଜନଗଣନା ସର୍ଭେ କାର୍ଯ୍ୟ ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ  ପକ୍ଷରୁ ନିୟୋଜିତ ଅଧିକାରୀ କାର୍ଯ୍ୟ ସାରିଦେଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର  ବ୍ଲକ୍କର ବୁରାତାଳ ପଞ୍ଚାୟତ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ ଜନଗଣନା ପାଇଁ ଆସିଥିଲେ । କିନ୍ତୁ ତାପୂର୍ବରୁ ସେହି ଅଞ୍ଚଳରେ ଜନଗଣନାର ସର୍ଭେ କାର୍ଯ୍ୟ ସାରି ଘରକାନ୍ଥରେ ତଥ୍ୟ (ନମ୍ବର ) ସବୁ ଉଲ୍ଲେଖ ଥିବା ଦେଖି ଫେରି ଯାଇଥିଲେ । ତେଣୁ ଏଠୁ ସ୍ଵଷ୍ଟ ଜଣାପଡୁଛି ଯେ ଓଡିଶାର ଗଜପତି ଓ ଗଞ୍ଜାମ ମଧ୍ୟରେ ମଧ୍ୟ ବିବାଦ ରହିଛି । ନିଜ ନିଜ ଜିଲ୍ଲାର ସୀମାକୁ ନେଇ ମଧ୍ୟ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ଵଷ୍ଟ ନାହାନ୍ତି ।

ଆନ୍ଧ୍ର ଅଧିକାରୀ ବି ଆସିବେ ଜନଗଣନା ପାଇଁ

ଅନ୍ୟ ରାଜ୍ୟ ଆନ୍ଧ୍ର ସହ  ରହିଥିବା ବିବାଦର ସମାଧାନ କିଭଳି ହେବ । ଗୋଟିଏ ଗ୍ରାମ ଯାହା ଓଡିଶା ଗଜପତି ଜିଲ୍ଲାର ଗୁଡିଖୁଡୀ ଦର୍ଶା ଯାଉଥିବା ବେଳେ ଗଜପତି ଜିଲ୍ଲାରେ ସେହି ଗ୍ରାମକୁ ଗଞ୍ଜାମଜିଲ୍ଲାର ଗୁଡିଖଳା ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଗୁଡିପଦର ବୋଲି କୁହାଯାଉଛି ଯାହା ସୀମାନ୍ତରେ ବିବାଦୀୟ ସ୍ଥିତିରେ ରହିଛି ।  ଏହାଇ କଥାକୁ ସେହି ଗ୍ରାମରେ ବସବାସ କରୁଥିବା ଲୋକେ ମଧ୍ୟ ସ୍ଵୀକାର କରୁଛନ୍ତି ।  ଜନଗଣନା ପ୍ରକ୍ରିୟାରେ ସେଠାରେ ଗଜପତି ଜିଲ୍ଲାର ଅଧିକାରୀ ପୂର୍ବରୁ ଜନଗଣନା କାର୍ଯ୍ୟ ସାରିଦେଇଥିବା ବେଳେ ଆଜି ପୁଣି ଗଞ୍ଜାମ ଜିଲ୍ଲାର ଅଧିକାରୀମାନେ ଆସି ହଟହଟା ହୋଇ ଫେରିଛନ୍ତି । ଆଗକୁ ସେହି ଗ୍ରାମକୁ ଆନ୍ଧ୍ର ଅଧିକାରୀ ମଧ୍ୟ ଜନଗଣନା ପାଇଁ ମଧ୍ୟ ଆସିବେ । କାରଣ ସେଇ ଗୋଟିଏ ଗ୍ରାମ ଯାହା ତିନୋଟି ଜିଲ୍ଲାର ସୀମା ଭିତରେ ରହିଥିବା କୁହାଯାଉଛି ତିନୋଟି ଜିଲ୍ଲାର ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଗଜପତି ଜିଲ୍ଲାର ରାଜସ୍ୱ ଗାଁ ଭାବରେ ପରିଗଣିତ ହେଉଥିବା ବେଳେ ଅନ୍ୟମାନେ ସେଠାରେ ନିଜର ପ୍ରତିଆରା ବିସ୍ତାର କରିବାରେ ଲାଗିଛନ୍ତି ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button