ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟରାଜପଥ ଚପରାପଦା ନିକଟରେ ଦୁଇଟି ଟ୍ରକ ଦୁର୍ଘଟଣା ହେବା ପରେ ଗଞ୍ଜେଇ ଚାଲାଣର ଅଭିନବ ଉପାୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଚପରପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଛିଡା ହୋଇଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ କଣ୍ଟେନର ଟ୍ରକକୁ ପଛରୁ ଧକ୍କା ଦେଇଥିଲା।
ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି
ଉଭୟ ଗାଡ଼ିର ଚାଳକ ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ କଣ୍ଟେନରରୁ ୨୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ତେବେ କେଉଁ ଠିକଣାକୁ ଗଞ୍ଜେଇ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ

