ଭାରତୀୟ ହିନ୍ଦୁ ପୁରାଣ ଅନୁସାରେ, ପ୍ରତ୍ୟେକ ହିନ୍ଦୁ ଦେବତାଙ୍କର ଏକ ଏକ ବାହନ ରହିଛି। ଏହି ବାହନମାନେ ମଧ୍ୟ ସ୍ବତନ୍ତ୍ର ପ୍ରତୀକ ତଥା ମର୍ଯ୍ୟାଦାର ଅଧିକାରୀ। ବିଶେଷକରି ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ବାହନ- ହଂସ, ଗରୁଡ଼ ଓ ବୃଷଭଙ୍କର ମର୍ଯ୍ୟାଦା ଅଧିକ। ଅନୁରକ୍ତି, ତପସ୍ୟା ଓ ଚରିତ୍ରବତ୍ତାପାଇଁ ଏମାନେ ଚିରନମସ୍ୟ ଓ ଆଦରଣୀୟ। ଏହି ପରିପ୍ରେକ୍ଷୀରେ ଶିବଙ୍କ ବାହନ ନନ୍ଦିକେଶ୍ବରଙ୍କର ଚାରିତ୍ରିକ ମହତ୍ତ୍ବ ବିଚାର୍ଯ୍ୟ।

