ମନୋରଞ୍ଜନ

Chennai: ଚେନ୍ନାଇରେ ଶ୍ରୁତିଙ୍କ ନୂଆ ଠିକଣା

ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ତଥା ଗାୟିକା ଶ୍ରୁତି ହାସନଙ୍କ ଜୀବନରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ସେ ଏବେ ନିଜ ସହର ଚେନ୍ନାଇରେ ନୂଆ ଘରକୁ ସ୍ଥାନାନ୍ତରିତ ହୋଇଛନ୍ତି। ନୂଆ ବାସଭବନରେ ସେ ପାରମ୍ପରିକ ରୀତିନୀତିରେ ଗୃହପ୍ରବେଶ ପୂଜା କରିଛନ୍ତି।

ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ତଥା ଗାୟିକା ଶ୍ରୁତି ହାସନଙ୍କ ଜୀବନରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ସେ ଏବେ ନିଜ ସହର ଚେନ୍ନାଇରେ ନୂଆ ଘରକୁ ସ୍ଥାନାନ୍ତରିତ ହୋଇଛନ୍ତି। ନୂଆ ବାସଭବନରେ ସେ ପାରମ୍ପରିକ ରୀତିନୀତିରେ ଗୃହପ୍ରବେଶ ପୂଜା କରିଛନ୍ତି। ତାଙ୍କ ଗୃହ ପ୍ରବେଶ ବେଳର ଫଟୋ ସୋସିଆଲ୍‌ ମିଡିଆକୁ ଆସିବା ପରେ ପ୍ରଶଂସକମାନେ ଶ୍ରୁତିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ଗୃହ ପ୍ରବେଶରେ ଶ୍ରୁତି ତାଙ୍କର ହାତଗଣତି ବନ୍ଧୁ ଓ ସଂପର୍କୀୟଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ସେ ଏକ ସୁନ୍ଦର ନୀଳ ରଂଗର ପୋଷାକ ପିନ୍ଧିଥିବା ବେଳେ ବେକରେ ଫୁଲମାଳ ପକାଇଥିବାର ଦେଖିବାକୁ ମିଳିଛି। ଶ୍ରୁତିଙ୍କର ମୁମ୍ବାଇରେ ମଧ୍ୟ ଘର ରହିଛି। ଅତୀତରେ ଚଳଚ୍ଚିତ୍ର ନିର୍ମାତା ଫାରାହ ଖାନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଶ୍ରୁତିଙ୍କ ଘର ଉପରେ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ବ୍ୟକ୍ତିଗତ ଜୀବନର ଏହି ଖୁସିର ମୁହୂର୍ତ୍ତ ପରେ ଶ୍ରୁତି ଖୁବ୍ ଶୀଘ୍ର ପୁଣିଥରେ ନିଜର ବ୍ୟସ୍ତ କାର୍ଯ୍ୟଜୀବନକୁ ଫେରିବେ। ପରବର୍ତ୍ତୀ ସମୟରେ  ସେ ମାଇସ୍କିନ୍‌ଙ୍କ ନିର୍ଦ୍ଦେଶିତ ‘ଟ୍ରେନ୍‌’ରେ ନଜର ଆସିବେ। ଏଥିରେ ତାଙ୍କ ବିପକ୍ଷ‌ରେ ରହିବେ ବିଜୟ ସେଥୁପତି। କେବଳ ଏତିକି ନୁହେଁ, ଶ୍ରୁତି ‘କଲ୍ ମି ବେ ସିଜିନ୍ ୨’ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଆଗାମୀ ଦିନରେ ସେ ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ନୂଆ ପ୍ରକଳ୍ପ ସହ ଦର୍ଶକଙ୍କୁ ଭେଟିବେ ବୋଲି ଆଶା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button