ରାଜ୍ୟ

Chief Secretary: ଭବନରେ ହେବ ମୁଖ୍ୟ ସଚିବଙ୍କ କରିଡର: ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଅନ୍ୟତ୍ର ସ୍ଥାନାନ୍ତର ହେବେ

ଲୋକସେବା ଭବନର ଦ୍ବିତୀୟ ମହଲାରେ ଥିବା ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟର ନବକଳେବର ହେବ। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ସହିତ ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ଭୁବନେଶ୍ବର: ଲୋକସେବା ଭବନର ଦ୍ବିତୀୟ ମହଲାରେ ଥିବା ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟର ନବକଳେବର ହେବ। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ସହିତ ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ପୂରା କାର୍ଯ୍ୟାଳୟକୁ ନେଇ ମୁଖ୍ୟ ସଚିବଙ୍କ କରିଡର୍‌ ଭାବେ ରୂପାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଖୁବ୍‌ଶୀଘ୍ର ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ଏବଂ ଏହା ନିକଟସ୍ଥ କାର୍ଯ୍ୟାଳୟଗୁଡ଼ିକର ଭଙ୍ଗାଗଢ଼ା କାମ ଆରମ୍ଭ ହେବ।

ମୁଖ୍ୟ ସଚିବ ଅନୁ ଗର୍ଗ ତାଙ୍କ କାର୍ଯ୍ୟାଳୟର ନବକଳେବର କରିବାକୁ ନିଜେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ତାଙ୍କ କାର୍ଯ୍ୟାଳୟକୁ ଲାଗି ଗୋଟିଏ ଛୋଟ ସମ୍ମିଳନୀ କକ୍ଷ ରହିବ। ମୁଖ୍ୟ ସଚିବଙ୍କୁ ଭେଟିବାକୁ ଆସୁଥିବା ଅତିଥିଙ୍କ ପାଇଁ ଦୁଇଟି  ପ୍ରକୋଷ୍ଠ ଏବଂ ମୁଖ୍ୟ ସଚିବଙ୍କ ବ୍ୟକ୍ତିଗତ ସଚିବ ଓ ଅନ୍ୟ ଅଧିକାରୀଙ୍କ ପାଇଁ ବଡ଼ ବଡ଼ ପ୍ରକୋଷ୍ଠ ରହିବ। ଏହା ସହ ଭିଜନ୍ ୨୦୩୬ ଓ ୨୦୪୭ ପାଇଁ ସ୍ବତନ୍ତ୍ର ସେଲ୍ ଏଠାରେ ନିର୍ମାଣ କରାଯିବ। ଏଥିପାଇଁ ଏବେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ଛାଡ଼ି ବାକି ସମସ୍ତ କାର୍ଯ୍ୟାଳୟକୁ ଭଙ୍ଗାଯିବ, ଆବଶ୍ୟକସ୍ଥଳେ ମଝିରେ ଥିବା କାନ୍ଥକୁ ଭାଙ୍ଗି ପ୍ଲାଏରେ ବିଭିନ୍ନ ପ୍ରକୋଷ୍ଠ ନିର୍ମାଣ କରାଯିବ। ପୂରା କର୍ପୋରେଟ୍ ଅଫିସ୍ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ମୁଖ୍ୟ ସଚିବଙ୍କ କରିଡରଟି ମୁଖ୍ୟ ସଚିବଙ୍କ ବର୍ତ୍ତମାନର ସମ୍ମିଳନୀ କକ୍ଷରୁ ଆରମ୍ଭ କରି ଗଣମାଧ୍ୟମ ଗ୍ୟାଲେରି ପର୍ଯ୍ୟନ୍ତ ଲମ୍ବିବ।

ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଅନ୍ୟତ୍ର ସ୍ଥାନାନ୍ତର ହେବେ
ସଚିବ ବଦଳିଲେ ପ୍ରକୋଷ୍ଠ ନବକଳେବର ହେଉଛି
ଜାଗା ଅଭାବରୁ ବହୁ ବରିଷ୍ଠ ଅଧିକାରୀ ଗୋଟିଏ ଅଫିସରେ ଏକାଠି ବସୁଛନ୍ତି

ସେହିପରି ଦ୍ବିତୀୟ ମହଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଏବେ ସଂପୂର୍ଣ୍ଣ ଭାବେ ଖାରବେଳ ଭବନକୁ ସ୍ଥାନାନ୍ତର ହୋଇସାରିଥିବାରୁ ସାଧାରଣ ପ୍ରଶାସନ ବିଭାଗର ସମସ୍ତ ଅଧିକାରୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ। ଏପରିକି ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ସଚିବ, ସ୍ବତନ୍ତ୍ର ସଚିବ, ଉପସଚିବ, ଯୁଗ୍ମ ସଚିବଙ୍କ ସମେତ ସମସ୍ତ ଅଧିକାରୀ ଏବେ ସ୍ଥାନାନ୍ତର ହେବେ। ବିଡ଼ମ୍ବନାର ବିଷୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଅବସର ନେବା ପରେ ତାଙ୍କ ସ୍ଥାନରେ ଆସିଥିବା ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିକଟରେ ତାଙ୍କ କାର୍ଯ୍ୟାଳୟର ନବୀକରଣ କରିଥିଲେ। ନବୀକରଣ କାର୍ଯ୍ୟ କିଛି ଦିନ ତଳେ ଶେଷ ହୋଇଥିବାବେଳେ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ବି ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button