ଦେଶ ବିଦେଶ

Chirag Paswan: ଆରକ୍ଷଣ ଦୟା ନୁହେଁ, ସାମ୍ବିଧାନିକ ଅଧିକାର: ଯନ୍ତର-ମନ୍ତର ଆନ୍ଦୋଳନ ମଧ୍ୟରେ ଚିରାଗ ପାସୱାନଙ୍କ ଦୃଢ଼ ମତ

ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି। ଅଗଷ୍ଟ ୨୨ ତାରିଖରେ ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, କାହାର ଦାବି କିମ୍ବା ଆନ୍ଦୋଳନ ଯୋଗୁଁ ଆରକ୍ଷଣ ବ୍ୟବସ୍ଥାକୁ ହଠାତ୍‌ ବନ୍ଦ କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି। ଅଗଷ୍ଟ ୨୨ ତାରିଖରେ ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, କାହାର ଦାବି କିମ୍ବା ଆନ୍ଦୋଳନ ଯୋଗୁଁ ଆରକ୍ଷଣ ବ୍ୟବସ୍ଥାକୁ ହଠାତ୍‌ ବନ୍ଦ କରାଯାଇପାରିବ ନାହିଁ। ଏହା କାହାର ଦୟା ନୁହେଁ, ବରଂ ସମ୍ବିଧାନ ପ୍ରଦତ୍ତ ଅଧିକାର ବୋଲି ସେ କହିଛନ୍ତି।

ଯନ୍ତର-ମନ୍ତରରେ ଅଗଷ୍ଟ ୨୧ ଓ ୨୨ ତାରିଖରେ ‘ଆରକ୍ଷଣ ହଟାଅ ଆନ୍ଦୋଳନ’ ଅଧୀନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଆନ୍ଦୋଳନକାରୀମାନେ ଜାତି ଆଧାରରେ ନୁହେଁ, ଆର୍ଥିକ ସ୍ଥିତିକୁ ଆରକ୍ଷଣ ଓ ସରକାରୀ ସହାୟତାର ମୁଖ୍ୟ ଆଧାର କରିବାକୁ ଦାବି କରୁଛନ୍ତି। ଶୁକ୍ରବାର ଆନ୍ଦୋଳନରେ ଅନୁମତି ସମୟ ଶେଷ ହେବା ପରେ ମଧ୍ୟ ଯନ୍ତର-ମନ୍ତରରେ ରହିଥିବା ୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୁଲିସ ଅଟକ ରଖିଥିଲା। ତେବେ ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ପାସୱାନ କହିଛନ୍ତି। ସେ କହିଛନ୍ତି, ଆରକ୍ଷଣକୁ ନେଇ କୌଣସି ଭୁଲ ବୁଝାମଣା ଦେଶର ବଡ଼ ଜନସଂଖ୍ୟା ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିପାରେ। ତେଣୁ ଆନ୍ଦୋଳନକାରୀମାନେ ନିଜ ଦାବିକୁ ବ୍ୟବସ୍ଥିତ ଭାବେ ସରକାରଙ୍କ ନିକଟରେ ରଖିଲେ ସେମାନଙ୍କ ସହ ଆଲୋଚନା କରାଯିବ। ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗ ପାଇଁ ସରକାର ପୂର୍ବରୁ ୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍‌ ଆରକ୍ଷଣ ଲାଗୁ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button