ରାଜ୍ୟ

College Election : କ୍ୟାମ୍ପସରେ ନିର୍ବାଚନୀ ତାତି, ବ୍ରହ୍ମଗିରିରେ ବୋମା ମାଡ଼, ଗୋଷ୍ଠି ସଙ୍ଘର୍ଷ, ଏଫ୍.ଏମ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ଵର, ୧୫/୧୦ : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚନ ହେବ ବୋଲି ସ୍ଥିରୀକୃତ ହୋଇଥିଲା । ଆଜି କ୍ୟାମ୍ପସରେ ବୋମା ମାଡ଼ ପରେ ଇଲେକ୍ସନ ବାତିଲ କରାଯାଇଛି ।

ସେପଟେ ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ନିର୍ବାଚନ ଚାଲିଥିବା ସମୟରେ ଦୁଇ ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯୁକ୍ତିତର୍କ ସହ ଠେଲାପେଲା ହୋଇଛନ୍ତି । ପୁଲିସ ଉପସ୍ଥିତିରେ  ପରିସ୍ଥିତି ଅସମ୍ଭାଳ ହୋଇଛି । ଘଟଣାସ୍ଥଳରେ ସଦର SDPO, ଥାନା ଅଧିକାରୀ ପହଞ୍ଚି ଅଣଛାତ୍ରଙ୍କୁ କ୍ୟାମ୍ପସ ବାହାରକୁ କାଢ଼ି ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜ କ୍ଷେତ୍ରବାସୀ ଡି.ଏ.ଭି. ମହାବିଦ୍ୟାଳୟ (KBDAV College) ରେ  ଛାତ୍ର ନିର୍ବାଚନ ବାତିଲ ହୋଇଛି । କଲେଜ ଇଲେକ୍ସନ ବେଳେ ଗଣ୍ଡଗୋଳ ସାଙ୍ଗକୁ ପରିସ୍ଥିତି ଅଣାୟତ ଥିବା କାରଣରୁ କଲେଜ ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ଖୋର୍ଧା ଉପ-ଜିଲ୍ଲାପାଳ ନିର୍ବାଚନ ବାତିଲ କରିଛନ୍ତି ।  କଲେଜ ପରିସର ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ୭ ଦିନ ପାଇଁ ୧୬୩ ଧାରା ଲାଗୁ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button