ଓଡିଶାମହାନଗର

Corporator: ନିଜ ଵାର୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ କର୍ପୋରେଟର

ସ୍ୱଚ୍ଛ ସ‌େର୍ବକ୍ଷଣ ୨୦୨୫-୨୬ ଅଭିଯାନରେ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ନିଜ ନିଜ ଵାର୍ଡର ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ନିଜ ଵାର୍ଡକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର କରି ୧ ନମ୍ବର କରିବେ, କର୍ପୋରେଟରଙ୍କ ଉପରେ ଆଜି ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି।

ଭୁବନେଶ୍ୱର: ସ୍ୱଚ୍ଛ ସ‌େର୍ବକ୍ଷଣ ୨୦୨୫-୨୬ ଅଭିଯାନରେ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ନିଜ ନିଜ ଵାର୍ଡର ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ନିଜ ଵାର୍ଡକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର କରି ୧ ନମ୍ବର କରିବେ, କର୍ପୋରେଟରଙ୍କ ଉପରେ ଆଜି ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି। ସ୍ୱଚ୍ଛ ସର୍ବକ୍ଷେଣ ୨୦୨୫-୨୬ରେ ଭୁବନେଶ୍ୱର ମହାନଗର ନିଗମକୁ ୧ ନମ୍ବର କରିବାକୁ ସାମୁହିକ ଉଦ୍ୟମ କରିବାକୁ ମେୟର ସୁଲୋଚନା ଦାସ ଓ କମିସନର୍‌ ଚଞ୍ଚଳ ରାଣା ଆଜି କର୍ପୋରେଟର୍‌ଙ୍କ ସହ ଅନୁଷ୍ଠିତ ବୈଠକରେ ଆହ୍ବାନ ଦେଇଛନ୍ତି।

ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ସମସ୍ତ କର୍ପୋରେଟରଙ୍କୁ ନେଇ ମେୟର ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଶ୍ରୀ ରାଣା, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିସନର ରତ୍ନାକର ସାହୁ, ଅତିରିକ୍ତ କମିସନର୍‌ କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ। କର୍ପୋରେଟର୍‌ମାନେ ଚଳିତ ବର୍ଷ ସ୍ୱଚ୍ଛ ସର୍ବକ୍ଷେଣରେ ନିଜ ନିଜ ଵାର୍ଡର ବ୍ରାଣ୍ଡ ଆମ୍ବାସଡର ଭାବେ ଵାର୍ଡରେ ଜନ ସଚେତନତା ସହ ସଭା, ଶୋଭାଯାତ୍ରା, ଗଣସଫେଇ ଆଦି କାର୍ଯ୍ୟ କରିବାରେ ବିଏମ୍‌ସି କର୍ମଚାରୀଙ୍କୁ ସହାୟତା କରିବେ ବୋଲି ମେୟର କହିଥିଲେ।

fhsfhfhvxb

ମେୟର କହିଥିଲେ, ଚଳିତ ବର୍ଷ ସ୍ୱଚ୍ଛ ସର୍ବକ୍ଷେଣର ଥିମ୍ ରହିଛି ‘ସ୍ୱଚ୍ଛତାର ନୂଆ ପଦକ୍ଷେପ-ହାତରେ ହାତ ମିଳାଇ; ଆସ କରିବା ସଫେଇ’। ଆଗାମୀ ଦିନରେ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀ, ସହରର ବିଭିନ୍ନ ବଜାର ସଂଗଠନ, ହୋଟେଲ ଆସୋସିଏସନ ପ୍ରମୁଖଙ୍କୁ ନେଇ ସ୍ୱର୍ଚ୍ଛ ସର୍ବକ୍ଷେଣ ସଂପର୍କରେ ଆଲୋଚନା କରାଯିବ। ବିଏମ୍‌ସି ପରିମଳ ପରିଚାଳନାର କେଉଁ କ୍ଷେତ୍ରରେ ଦୁର୍ବଳ ରହିଛି, ତାକୁ କିପରି ତୃଣମୂଳସ୍ତରରୁ ସଜଡ଼ାଯିବ, ପରିମଳ କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ବୈଠକ କରିବା, କେଉଁ ସ୍ଥାନରେ କି ଅସୁବିଧା ରହିଛି, ତାର ସମାଧାନ କରିବା ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କର୍ପୋରେଟର୍‌ମାନେ ରାଜଧାନୀର ସ୍ବଚ୍ଛତା ବଜାୟ ରଖିବାକୁ ସମୂହ ଶପଥ ନେଇଥିଲେ। ମେୟର ଶ୍ରୀମତୀ ଦାସ ସମସ୍ତଙ୍କ ଶପଥ ପାଠ କରାଇଥିଲେ। ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button