ଖେଳ

Cricket: ଔପଚାରିକ ନିଷ୍ପତ୍ତି ଜଣାଇଲା ନାହିଁ ବାଂଲାଦେଶ, ଆଇସିସି ନେଲା ବଡ଼ ପଦକ୍ଷେପ

ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ବକପ ଅଂଶଗ୍ରହଣ ସଂପର୍କରେ...

ଦୁବାଇ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ବକପ ଅଂଶଗ୍ରହଣ ସଂପର୍କରେ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା। କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା। ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ବକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି। ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇବ। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି। ତେବେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ସଂପର୍କରେ ସ୍କଟଲାଣ୍ଡକୁ ଜଣାଯାଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button