ଖେଳ

Cricket: ଖିମ୍‌ଜୀ କପ୍‌ ଜିତିଲା ମୁକ୍ତେଶ୍ବର

ଦୁଇ ପୂର୍ବତନ ରଣଜୀ କ୍ରିକେଟର୍‌ ପ୍ରଶାନ୍ତ ମହାପାତ୍ର ଓ ଶୁଭାଶିଷ ଭୂୟାଁଙ୍କ ସ୍ମୃତିରେ ଆୟୋଜିତ ଖିମ୍‌ଜୀ କପ୍‌ ରାଜ୍ୟସ୍ତରୀୟ ବରିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାରେ ଆୟୋଜକ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ ବିଜେତା ହୋଇଛି। ରବିବାର ବିଜେବି କଲେଜ୍‌ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ...

ଭୁବନେଶ୍ବର: ଦୁଇ ପୂର୍ବତନ ରଣଜୀ କ୍ରିକେଟର୍‌ ପ୍ରଶାନ୍ତ ମହାପାତ୍ର ଓ ଶୁଭାଶିଷ ଭୂୟାଁଙ୍କ ସ୍ମୃତିରେ ଆୟୋଜିତ ଖିମ୍‌ଜୀ କପ୍‌ ରାଜ୍ୟସ୍ତରୀୟ ବରିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାରେ ଆୟୋଜକ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ ବିଜେତା ହୋଇଛି। ରବିବାର ବିଜେବି କଲେଜ୍‌ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ମୁକ୍ତେଶ୍ବର ରୋମାଞ୍ଚକ ଭାବେ ୧୩ ରନ୍‌ରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଅର୍ସଦା କିଶୋରଙ୍କ ଶତକ ଏବଂ ଆଶୁତୋଷ ମାରାଣ୍ଡି ଓ ଶ୍ରୀରାଜ ପଟ୍ଟନାୟକ ମିଳିତ ଭାବେ ୮ ୱିକେଟ୍‌ ଦଖଲ କରିବାରୁ ମୁକ୍ତେଶ୍ବର ବିଜୟ ମୁକୁଟ ପାଇଛି।

ଉଦ୍‌ଯାପନୀ ଉତ୍ସବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଓଡ଼ିଶା କ୍ରିକେଟ୍‌ ସଂଘ ସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଖିମ୍‌ଜୀର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ, ପାରାମାଉଣ୍ଟ୍‌ ସ୍ପୋର୍ଟିଂ ସଭାପତି ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ତଥା ଏମ୍‌ସିସିର ସଭାପତି ବାବୁ ସିଂହ, କାର୍ଯ୍ୟକାରୀ ସଭାପତି ଗୁରଜିତ୍‌ ସିଂହ‌ ଚୌହାନ, ସମ୍ପାଦକ ଗୌର ପ୍ରସାଦ ନନ୍ଦ, ଉପ ସଭାପତି ସଂଜୀବ ହଂସ, ଶରଣଜିତ୍‌ ସିଂହ, ଅଜିତ୍‌ କୁମାର ବିଶ୍ବାଳ, ପ୍ରବୋଧ ମହାନ୍ତିଙ୍କ ସହ ଆଞ୍ଜେଲ ରୋମି ମିଶ୍ର, ଦତ୍ତାତ୍ରେୟ ମିଶ୍ର, ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button