ଖେଳ

Cricket: ପାକିସ୍ତାନୀ ଖେଳାଳି ଫଖର ଜମନ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ

ପାକିସ୍ତାନ ସୁପର ଲିଗ୍‌ରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଓପନିଂ ବ୍ୟାଟର୍‌ ଫଖର ଜମନ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ସେଥିପାଇଁ ସେ ଏପ୍ରିଲ୍‌ ୩ ଓ ୯ ତାରିଖରେ ମୁଲତାନ ସୁଲତାନ୍ସ ତଥା...

ଲାହୋର: ପାକିସ୍ତାନ ସୁପର ଲିଗ୍‌ରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଓପନିଂ ବ୍ୟାଟର୍‌ ଫଖର ଜମନ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ସେଥିପାଇଁ ସେ ଏପ୍ରିଲ୍‌ ୩ ଓ ୯ ତାରିଖରେ ମୁଲତାନ ସୁଲତାନ୍ସ ତଥା ଇସ୍‌ଲାମାବାଦ ୟୁନାଇଟେଡ୍‌ ବିପକ୍ଷରେ ଖେଳି ପାରିବେ ନାହିଁ।

ଏହି ଲଜ୍ଜାଜନକ ଘଟଣା ଗତ ୨୬ ତାରିଖରେ ଖେଳାଯାଇଥିବା ଲାହୋର କଲନ୍ଦର୍ସ-ହାଇଦ୍ରାବାଦ କିଙ୍ଗ୍ସମେନ୍‌ ମ୍ୟାଚ୍‌ରେ ଘଟିଥିଲା। କିଙ୍ଗ୍ସମେନ୍‌ ପଶ୍ଚାତ୍‌ଧାବନର ଶେଷ ଓଭର ପୂର୍ବରୁ ଫଖରଙ୍କ ସହ ଶାହିନ ଶାହ ଆଫ୍ରିଦି ବଲ୍‌ର ଆକାର ବଦଳାଇବାକୁ ଷଡ଼୍‌ଯନ୍ତ୍ର କରିଥିଲେ। ଯୋଜନାବଦ୍ଧ ଭାବେ ଆଫ୍ରିଦିଙ୍କ ଆଢ଼ୁଆଳରେ ଫଖର ଏହାକୁ ନଖରେ ଖଣ୍ଡିଆ କରିଥିଲେ। ଏକଥା କିନ୍ତୁ ଅମ୍ପାୟାର ଫୈସଲ ଆଫ୍ରିଦି ଜାଣି ପକାଇଥିଲେ। ଫଳରେ ବଲ୍‌ ମାଗି ନିଜ ସାଥୀ ଅମ୍ପାୟାର ସର୍ଫଦୁଲ୍ଲାଙ୍କ ସହ ଆଲୋଚନା ପରେ ଏହାକୁ ବଦଳାଇ ଦେଇଥିଲେ। ଫଳରେ ଦ୍ରୁତ ବୋଲର୍‌ ହାରିସ୍‌ ରାଉଫ୍‌ ଶେଷ ଓଭରରୁ ଆବଶ୍ୟକ ୧୪ ରନ୍‌କୁ ସୁରକ୍ଷିତ ରଖି ପାରି ନଥିଲେ ଏବଂ କିଙ୍ଗ୍ସମେନ୍‌ ୪ ୱିକେଟ୍‌ରେ ଲାହୋର କଲନ୍ଦର୍ସ ଦଳକୁ ହରାଇ ଦେଇଥିଲା।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button