ଖେଳ

Cricket: ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ‌ଗ୍ରେଡ୍‌-ବି’କୁ ଖସିଲେ କୋହଲି, ରୋହିତ

ବିସିସିଆଇର ୨୦୨୫-୨୬ ବର୍ଷ ଲାଗି ଉଭୟ ପୁରୁଷ ମହିଳା ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ସୋମବାର ଘୋଷିତ ହୋଇଛି। ଏଥିରେ ୩୦ ବରିଷ୍ଠ ପୁରୁଷ ଖେଳାଳିଙ୍କୁ ସ୍ଥାନ ମିଳିଛି। ସର୍ବଦା ବରିଷ୍ଠ ଖେଳାଳିଙ୍କୁ ମିଳୁଥିବା ଗ୍ରେଡ୍‌-ଏ+ ଉଚ୍ଛେଦ କରି ଦିଆଯାଇଛି।

ନୂଆଦିଲ୍ଲୀ: ବିସିସିଆଇର ୨୦୨୫-୨୬ ବର୍ଷ ଲାଗି ଉଭୟ ପୁରୁଷ ମହିଳା ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ସୋମବାର ଘୋଷିତ ହୋଇଛି। ଏଥିରେ ୩୦ ବରିଷ୍ଠ ପୁରୁଷ ଖେଳାଳିଙ୍କୁ ସ୍ଥାନ ମିଳିଛି। ସର୍ବଦା ବରିଷ୍ଠ ଖେଳାଳିଙ୍କୁ ମିଳୁଥିବା ଗ୍ରେଡ୍‌-ଏ+ ଉଚ୍ଛେଦ କରି ଦିଆଯାଇଛି। ଦେଶର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ରୁ ଖସି ବି ଗ୍ରେଡ୍‌କୁ ଆସିଛନ୍ତି। ଉଭୟ ବିରାଟ ଓ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ କେବଳ ଗୋଟିଏ ଫର୍ମାଟ୍‌ (ଦିନିକିଆ)ରେ ଖେଳୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଗ୍ରେଡ୍‌କୁ ଖସାଇ ଦିଆଯାଇଛି।

ସେହିପରି ଏ-ଗ୍ରେଡ୍‌ରେ କେବଳ ତିନି ଜଣ ଖେଳାଳି ଟେଷ୍ଟ୍‌ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ୍‌ ବୁମରା ଅଛନ୍ତି। ଭାରତୀୟ ଟ୍ବେଣ୍ଟି-୨୦ ଦଳର କୋହଲି ଓ ରୋହିତଙ୍କ ସହ ଗ୍ରେଡ୍‌-ବି’ରେ ଟ୍ବେଣ୍ଟି-୨୦ ଦଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର ରହିଛନ୍ତି। ଗ୍ରେଡ୍‌-ସି’ରେ ଅଛନ୍ତି ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ସଞ୍ଜୁ ସାମ୍‌ସନ୍‌, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତୀଣ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଇ ସୁଦର୍ଶନ, ରବି ବିଷ୍ଣୋଇ, ଋତୁରାଜ ଗାଏକ୍ବାଡ।

ମହିଳା ଗ୍ରେଡ୍‌-ଏ’ରେ ହରମନ୍‌ପ୍ରୀତ କୌର, ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିଗ୍ସ ଓ ଦୀପ୍ତି ଶର୍ମା ରହିଥିଲା ବେଳେ ବି’ରେ ରେଣୁକା ଠାକୁର, ଶେଫାଳି ବର୍ମା, ରିଚା ଘୋଷ ଓ ସ୍ନେହ ରଣା ରହିଛନ୍ତି। ଗ୍ରେଡ୍‌-ସି’ରେ ରାଧା ଯାଦବ, ଅମନଜୋତ କୌର, ପ୍ରତୀକା ରାୱଲ, କ୍ରାନ୍ତି ଗୌଡ଼, ଊମା ଛେତ୍ରୀ, ଅରୁନ୍ଧତୀ ରେଡ୍ଡୀ, ଶ୍ରୀ ଚାରଣୀ, ୟାସ୍ତିକା ଭାଟିଆ, ହର୍ଲିନ ଦେଓଲ, କାଶଭୀ ଗୌତମ, ଜି କମଳିନୀ, ବୈଷ୍ଣବୀ ଶର୍ମା ଓ ତେଜଲ ହାସାବିନ୍‌ସ ସ୍ଥାନ ପାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button