ଖେଳ

Cricket: ବୋଲରଙ୍କୁ ସାମ୍‌ସନ୍‌ଙ୍କ ସମର୍ଥନ; ତିଳକଙ୍କ ଆଉଟ ବଡ଼ ଟର୍ଣ୍ଣିଂ ପଏଣ୍ଟ୍‌

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ଭାରତ ୨୪ ରନ୍‌ରେ ହାରିବା ପରେ ୱିକେଟ୍‌କିପର ବ୍ୟାଟର୍‌ ସଞ୍ଜୁ ସାମ୍‌ସନ୍‌ ବୋଲରମାନଙ୍କୁ ସମର୍ଥନ କରିଛନ୍ତି। ପରାଜୟର ମୁଖ୍ୟ ଟର୍ଣ୍ଣିଂ ପଏଣ୍ଟ୍‌ ହେଉଛି ତିଳକ ବର୍ମାଙ୍କ ଆଉଟ୍‌ ବୋଲି ସେ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ଭାରତ ୨୪ ରନ୍‌ରେ ହାରିବା ପରେ ୱିକେଟ୍‌କିପର ବ୍ୟାଟର୍‌ ସଞ୍ଜୁ ସାମ୍‌ସନ୍‌ ବୋଲରମାନଙ୍କୁ ସମର୍ଥନ କରିଛନ୍ତି। ପରାଜୟର ମୁଖ୍ୟ ଟର୍ଣ୍ଣିଂ ପଏଣ୍ଟ୍‌ ହେଉଛି ତିଳକ ବର୍ମାଙ୍କ ଆଉଟ୍‌ ବୋଲିଂ ସେ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ସାଇ ହୋପଙ୍କ (୫୦ ବଲ୍‌ରୁ ୧୦୨*) ଶତକ ବଳରେ ୨୪୭/୩ କରିଥିଲା।

ଜବାବରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ କେମୋ ପଲ୍‌ଙ୍କ ୫ ୱିକେଟ୍‌ ସଫଳ ଯୋଗୁଁ ୧୯.୩ ଓଭରରେ ୨୨୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା ୨-୨ ସାମନ ସ୍ଥିତିରେ ରହିଛି। ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଶନିବାର ବେଙ୍ଗାଲୁରୁରେ ଖେଳାଯିବ। ସାମ୍‌ସନ୍‌ କହିଛନ୍ତି, ଯଶ୍‌ପ୍ରୀତ ବୁମ୍‌ରାଙ୍କ ବିକଳ୍ପ ବୋଲର ଆମ ପାଖରେ ନାହାନ୍ତି। ଏମିତି ବୋଲର ଗୋଟିଏ ପିଢ଼ିରେ ଜଣେ ହିଁ ଥା’ନ୍ତି।

ଶନିବାର ଖେଳାଯିବ ଶେଷ ମ୍ୟାଚ୍‌

ସଂପ୍ରତି ଅର୍ଶଦୀପ ସିଂହ ଭଲ କରି ଆସୁଛନ୍ତି, ପ୍ରିନ୍ସ ଯାଦବଙ୍କ ପ୍ରଦର୍ଶନ ଗତ କିଛି ମ୍ୟାଚ୍‌ରେ ଆଶାଜନକ ରହିଛି। ଆମ ପାଖରେ ପ୍ରତିଭା ଅଛନ୍ତି। ଅଧିକ ମ୍ୟାଚ୍‌ ମିଳିଲେ ଆହୁରି ଭଲ କରିପାରିବେ। ‌ହୋପ୍‌ ବଢ଼ିଆ ଖେଳିଲେ। ସେ ପ୍ରତ୍ୟେକ ମ୍ୟାଚ୍‌ରେ ଭଲ କରୁଛନ୍ତି। ତାଙ୍କୁ ଅଟକାଇବାକୁ ଆମର ରଣନୀତି ଜାରି ରହିଛି। ହାଇଦ୍ରାବାଦ ପିଚ୍‌ରେ ରନ୍‌ ବର୍ଷା ହେବ ବୋଲି ଆମେ ଜାଣିଥିଲୁ। ତାହା ମଧ୍ୟ ହେଲା।

ଆମର ଜିତିବାର ବି ଆଶା ଥିଲା। କେମୋ ପଲ ମୋତେ ଓ ଈଶାନଙ୍କୁ ଆଉଟ୍‌ କରିବା ପରେ ଇଣ୍ଡିଜ୍‌ ହାତକୁ ମ୍ୟାଚ୍‌ ଯାଇଥିଲା। ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ପୁଣି ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ। ହେଲେ ଭାରତ ବିଜୟ ଦିଗରେ ଥିଲା ବେଳେ ତିଳକ ବର୍ମା ୨୫ ବଲ୍‌ରୁ ୪୩ ରନ୍‌ରେ ଆଉଟ୍‌ ହେବା ଦଳ ପାଇଁ ବଡ଼ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା’’।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button