ଖେଳ

Cricket: ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆର ବ୍ୟସ୍ତସୂଚୀ

ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ବ୍ୟସ୍ତବହୁଳ ଖେଳସୂଚୀରେ ସାମିଲ ହେବ। ରବିବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହାର ୨୦୨୬-୨୭ ଅନ୍ତର୍ଜାତୀୟ ଖେଳସୂଚୀ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି। ଘୋଷିତ ଖେଳସୂଚୀ ଦେଖିଲେ ଆହତ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ବ୍ୟସ୍ତବହୁଳ ଖେଳସୂଚୀରେ ସାମିଲ ହେବ। ରବିବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହାର ୨୦୨୬-୨୭ ଅନ୍ତର୍ଜାତୀୟ ଖେଳସୂଚୀ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି। ଘୋଷିତ ଖେଳସୂଚୀ ଦେଖିଲେ ଆହତ ଖେଳାଳିମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଖୁବ୍‌ କମ୍‌ ସୁଯୋଗ ରହିବ।

ଏହି ୧୦ ଟେଷ୍ଟ୍‌ ବ୍ୟତୀତ ଜୁନ୍‌ରୁ ଅଗଷ୍ଟ ଭିତରେ ଇଂଲଣ୍ଡ ସହ ୫ ମ୍ୟାଚ୍‌ ଖେଳିବା ପରେ ଯଦି ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିବ ତେବେ ଜୁନ୍‌ରେ ଖେଳିବ।ଚଳିତ ବର୍ଷ ଅଗଷ୍ଟରୁ ବାଂଲାଦେଶ ବିପକ୍ଷରେ ୨ଟି ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରୁ ଆରମ୍ଭ ହୋଇ ଏହା ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଲମ୍ବିବ।

ମେଲ୍‌ବର୍ଣ୍ଣରେ ଇଂଲଣ୍ଡ ବିପକ୍ଷରେ ଗୋଲାପି ବଲ୍‌ରେ (ଦିବାରାତ୍ର) ଖେଳି ନିଜ ୧୫୦ତମ ଟେଷ୍ଟ୍‌ ବାର୍ଷିକୀ ବି ପାଳନ କରିବ। ଏହାରି ଭିତରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ବି ମାସ ଭିତରେ ନିଧାର୍ଯ୍ୟ ରହିଛି। ଏହା ଠିକ୍‌ ଭାରତ ଗସ୍ତ ପୂର୍ବରୁ ଖେଳିବ ଡିସେମ୍ବର-ଜାନୁଆରି ମାସରେ। ଏହା ପୂର୍ବରୁ ଅବଶ୍ୟ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର ମାସରେ ଖେଳିବ କଙ୍ଗାରୁ ଦଳ। ତେବେ ଭାରତ ଗସ୍ତ ଷ୍ଟିଭ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହାଜେଲଉଡ୍‌, ନାଥନ୍‌ ଲାୟନଙ୍କ ପାଇଁ ନିଶ୍ଚିତ ନୂଆ ଆହ୍ବାନ ରଖିବ। ଏମାନେ କେବେ ଭାରତ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିପାରିନାହାନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button