ଖେଳ

Cricket: ରଣଜୀ ଟ୍ରଫି: ଐତିହାସିକ ଫାଇନାଲ୍‌ ଦ୍ବାରରେ ଜମ୍ମୁ କାଶ୍ମୀର

ଜମ୍ମୁ କାଶ୍ମୀର କ୍ରିକେଟ୍‌ ଦଳ ଇତିହାସ ରଚିବାର ଦ୍ବାର ଦେଶରେ ପହଞ୍ଚି ଯାଇଛି। ଏଠାରେ ଖେଳାଯାଉଥିବା ରଣଜୀ ଟ୍ରଫି ସେମିଫାଇନାଲ୍‌ର ଦ୍ବିତୀୟ ପାଳିରେ ବେଙ୍ଗଲକୁ ମାତ୍ର ୯୯ ରନ୍‌ରେ ଅଲ୍‌ଆଉଟ୍‌ କରି ପ୍ରଥମ ଥର ଫାଇନାଲ୍‌ ଖେଳିବାର ପ୍ରତୀକ୍ଷିତ ସଫଳତା ହାସଲ...

ଖେଳାଯାଉଥିବା ରଣଜୀ ଟ୍ରଫି ସେମିଫାଇନାଲ୍‌ର ଦ୍ବିତୀୟ ପାଳିରେ ବେଙ୍ଗଲକୁ ମାତ୍ର ୯୯ ରନ୍‌ରେ ଅଲ୍‌ଆଉଟ୍‌ କରି ପ୍ରଥମ ଥର ଫାଇନାଲ୍‌ ଖେଳିବାର ପ୍ରତୀକ୍ଷିତ ସଫଳତା ହାସଲ କରିବାଠାରୁ ମାତ୍ର ୮୩ ରନ୍‌ ଦୂରରେ ରହିଛି ଏହି ଦଳ। ବେଙ୍ଗଲ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା‌ ୨ ୱିକେଟ୍‌ ବିନିମୟରେ ୪୩ ରନ୍‌ ସଂଗ୍ରହ କରି ନେଇଛି। ଫଳରେ ସ୍ମରଣୀୟ ବିଜୟ ସହ ଫାଇନାଲ୍‌ ଟିକଟ ପାଇବା ଜମ୍ମୁ କାଶ୍ମୀର ଦଳ ପାଇଁ କେବଳ ଯାହା ଔପଚାରିକତା ପାଲଟିଛି।

ଏକଦା ଅପରିଚିତ ଥିବା ଜମ୍ମୁ କାଶ୍ମୀର ଦଳର ଏହି ଅସାଧାରଣ ଅଭ୍ୟୁଦୟରେ ଆକ୍ବିବ ନବିଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଅଗ୍ନିବର୍ଷୀ ବୋଲିଂରେ ବେଙ୍ଗଲର ୯ ୱିକେଟ୍‌ କରାୟତ୍ତ କରିବା ସହ ଉପଯୋଗୀ ୪୨ ରନ୍‌ର ପାଳି ଖେଳି ଜମ୍ମୁ କାଶ୍ମୀର ପାଇଁ ସେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଛନ୍ତି। ବେଙ୍ଗଲ ପ୍ରଥମ ପାଳିରେ ୩୨୮ ରନ୍‌ କରିବା ପରେ ଦ୍ବିତୀୟ ପାଳିରେ ୧୦୦ ତଳେ ଅଟକି ଯାଇଛି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୩୦୨ ରନ୍‌ କରି ପଛୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳି ପ୍ରଦର୍ଶନ ବଳରେ ବିଜୟର ସ୍ବାଦ ଚାଖିବାକୁ ଯାଉଛି।

ସେହିଭଳି କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ସେମିଫାଇନାଲ୍‌ରେ କର୍ଣ୍ଣାଟକ ଦୃଢ଼ ସ୍ଥିତିରେ ରହିଛି। ଦେବଦତ୍ତ ପଡ଼ିକଲଙ୍କ ଦ୍ବିଶତକ ଓ ରବିଚନ୍ଦ୍ରନ୍‌ ସମାରନ୍‌ଙ୍କ ଶତକ ବଳରେ ପ୍ରଥମ ପାଳିରେ ୭୩୬ ରନ୍‌ର ବିଶାଳ ସ୍କୋର୍‌ କରିଛି କର୍ଣ୍ଣାଟକ। ଜବାବରେ ଉତ୍ତରାଖଣ୍ଡ ମଙ୍ଗଳବାର ତୃତୀୟ ଦିନର ଷ୍ଟମ୍ପ୍ସ ସୁଦ୍ଧା ୫ ୱିକେଟ୍‌ ହରାଇ ମାତ୍ର ୧୪୯ ରନ୍‌ କରିିଛି। ଫଳରେ ୫୮୭ ରନ୍‌ରେ ପଛୁଆ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button