ଖେଳ

Cricket: ୩ୟ ଦିନିକିଆ ପୂର୍ବରୁ ଉଜ୍ଜୟିନୀ ଯାଇ ମହାକାଳଙ୍କ ଦର୍ଶନ କଲେ ବିରାଟ କୋହଲି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳେଶ୍ବର ମନ୍ଦିର ଯାଇ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ ସାଥୀ ଖେଳାଳି କୁଳଦୀପ ଯାଦବ ଓ ଭାରତୀୟ ଦଳର ଫିଲଡିଂ ପ୍ରଶିକ୍ଷକ ଟି.ଦିଲ୍ଲୀପ ମଧ୍ୟ ଥିଲେ।

ଉଜ୍ଜୟିନୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳେଶ୍ବର ମନ୍ଦିର ଯାଇ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ ସାଥୀ ଖେଳାଳି କୁଳଦୀପ ଯାଦବ ଓ ଭାରତୀୟ ଦଳର ଫିଲଡିଂ ପ୍ରଶିକ୍ଷକ ଟି.ଦିଲ୍ଲୀପ ମଧ୍ୟ ଥିଲେ। ଏହା ପୂର୍ବରୁ ଶୁକ୍ରବାର ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବ୍ୟାଟ୍ସମ୍ୟାନ କେ.ଏଲ୍. ରାହୁଲ ଶ୍ରୀମହାକାଳଙ୍କ ଦର୍ଶନ କରିଥିଲେ।

ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମଠାରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଖେଳିବାକୁ ଭାରତୀୟ ଦଳ ଇନ୍ଦୋରରେ ଥିବାବେଳେ ବିରାଟ କୋହଲି ସେଠାରୁ ଉଜ୍ଜିୟିନୀ ଯାଇ ମହାକାଳେଶ୍ବର ଦର୍ଶନ କରିଥିଲେ। ଉଭୟ ବିରାଟ ଓ କୂଳଦୀପ ଭୋର୍ ୪ ଟାରେ ମନ୍ଦିରରେ ପ୍ରବେଶ କରିଥିଲେ ଓ ଠାକୁରଙ୍କ ଭସ୍ମ ଆରତୀ ଦେଖିଥିଲେ। ଏହା ପରେ ଉଭୟ ଖେଳାଳି ଓ ଫିଲଡିଂ ପ୍ରଶିକ୍ଷକ ଟି.ଦିଲ୍ଲୀପ ନନ୍ଦୀ ହଲରେ ପ୍ରାୟ ୨ ଘଣ୍ଟା ଶାନ୍ତଭାବେ ବସିରହିଥିଲେ। ପୂଜା ସମୟରେ ପୂଜାରୀମାନେ ବିରାଟଙ୍କ ମଥାରେ ଚନ୍ଦନ ତିଳକ ଲଗାଇଥିଲେ। ମନ୍ଦିରରେ ବିରାଟଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ବିରାଟ ଫେରିବା ସମୟରେ ପ୍ରସଂଶକମାନଙ୍କୁ ଅଭିବାଦନ ଜଣାଇ ”ଜୟ ଶ୍ରୀ ମହାକାଳ” ସ୍ଲୋଗାନ ଦେଇଥିଲେ।

ବିରାଟଙ୍କ ଆଧ୍ୟାତ୍ମିକ ଜୀବନ

ବିରାଟ ବିଗତ କିଛିବର୍ଷ ହେଲା ନିଜର ଆଧ୍ୟାତ୍ମିକ ଜୀବନଯାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ବିଭିନ୍ନ ସମୟରେ ଦେଶର ତୀର୍ଥ କ୍ଷେତ୍ର ନିଜ ପତ୍ନୀ ଅନୁଷ୍କାଙ୍କ ସହ ପରିଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି। ସେ ମଧ୍ୟ ନିୟମିତଭାବେ ନିଜ ପରିବାର ସହ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଆଶ୍ରମକୁ ଯାଇଥାନ୍ତି। ପ୍ରଥମ ଦୁଇଟି ମ୍ୟାଚ ମଧ୍ୟରୁ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଜିତିଥିବାରୁ ଶୃଙ୍ଖଳା ଏବେ ୧-୧ରେ ବରାବର ରହିଛି। ୩ୟ ମ୍ୟାଚ ଯେଉଁ ଦଳ ଜିତିବ ସେ ଶୃଙ୍ଖଳା ମଧ୍ୟ ଜିତିବ। ଏଣୁ ଏହି ମ୍ୟାଚର ଗୁରୁତ୍ବ ବଢିଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button