Crude Oil: ଅଶୋଧିତ ତୈଳ ଦର ବଢ଼ିଲା
ସାଉଦିଆରବରେ ହୋଇଥିବା ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦର ୧୧୨ ଡଲାରରୁ ଅଧିକ ଓ ୟୁଏସ୍ ଟେକ୍ସାସ୍ ଇଣ୍ଟରମେଡିଆରିଜ୍ ଦର ୯୯ ଡଲାରକୁ ବୃଦ୍ଧି ପାଇଛି।

ନୂଆଦିଲ୍ଲୀ: ସାଉଦିଆରବରେ ହୋଇଥିବା ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦର ୧୧୨ ଡଲାରରୁ ଅଧିକ ଓ ୟୁଏସ୍ ଟେକ୍ସାସ୍ ଇଣ୍ଟରମେଡିଆରିଜ୍ ଦର ୯୯ ଡଲାରକୁ ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ଦେଇ ତୈଳ ପରିବହନ ବଢ଼ିଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଭୂରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ତେଲ ଦର ବଢ଼ୁଛି।
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବ୍ରେଣ୍ଟ କ୍ରୁଡ୍ ଦର ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସମୁଦ୍ରରେ ତୈଳ ପରିବହନ କରୁଥିବା ଜାହାଜଗୁଡ଼ିକ ଧରାପଡ଼ିବାରୁ ବର୍ତ୍ତିବା ଲାଗି ନିଜ ଟ୍ରାନ୍ସପଣ୍ଡରକୁ ବନ୍ଦ କରିଦେଉଛନ୍ତି। ଗତ କିଛି ସପ୍ତାହ ହେଲାଣି ତୈଳ ଯୋଗାଣ ଯୁଦ୍ଧ ପୂର୍ବ ସମୟ ସ୍ତର ପାଖାପାଖି ଫେରିଆସିଛି। କିନ୍ତୁ ତୈଳରୁ ଉତ୍ପାଦନ କରାଯାଉଥିବା ଉତ୍ପାଦଗୁଡ଼ିକର ପରିବହନ ବାଧାପ୍ରାପ୍ତ ହୋଇରହିଛି।
ପରିବହନ ବାଧାପ୍ରାପ୍ତ
ଇରାନ ତରଫରୁ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ କରାଯାଉଥିବା ବେଳେ ଇରାନ ସମର୍ଥିତ ହୁତିମାନେ ସାଉଦିଆରବକୁ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି। ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଆମେରିକା ଓ ଇସ୍ରାଏଲ ମିଳିତ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।ମଧ୍ୟପ୍ରାଚ୍ୟରେ ସଙ୍କଟ ଯେତିକି ବଢ଼ିବ, ତାହାର ସିଧାସଳଖ ପ୍ରଭାବ ତୈଳ ବଜାର ଉପରେ ପଡ଼ିବ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଥିବାରୁ ଏହାର ଗୁରୁତର ପ୍ରଭାବିତ ହେବ।
ସୌଜନ୍ୟ ସମ୍ବାଦ




