ଅପରାଧଦେଶ ବିଦେଶ

Cyber Cheating: ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ: ୱିଙ୍ଗୋ ଆପ୍ ଉପରେ ରୋକ ​​ଲଗାଇଲେ ସରକାର

ଗେମିଂ ଆପ୍ କହି ଲୋକଙ୍କୁ ବିଭ୍ରାନ୍ତ କରି ସାଇବର ଠକେଇ କରୁଥିବା ଅଭିଯୋଗ ଆଧାରରେ ସରକାର ୱିଙ୍ଗୋ ଆପ୍‌କୁ ବ୍ଲକ୍ କରିଛନ୍ତି। ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍‌କୁ ନକଲି ଏସ୍‌ଏମ୍‌ଏସ୍‌ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା‌ ଅଭିଯୋଗ ହୋଇଛି

ନୂଆଦିଲ୍ଲୀ: ଗେମିଂ ଆପ୍ କହି ଲୋକଙ୍କୁ ବିଭ୍ରାନ୍ତ କରି ସାଇବର ଠକେଇ କରୁଥିବା ଅଭିଯୋଗ ଆଧାରରେ ସରକାର ୱିଙ୍ଗୋ ଆପ୍‌କୁ ବ୍ଲକ୍ କରିଛନ୍ତି। ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍‌କୁ ନକଲି ଏସ୍‌ଏମ୍‌ଏସ୍‌ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା‌ ଅଭିଯୋଗ ହୋଇଛି। ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍‌କୁ ବ୍ଲକ୍ କରାଯାଇଛି।

ଗୃହ ମନ୍ତ୍ରଣାଳୟର କଡ଼ା ପଦକ୍ଷେପ
ଅଧିକାରୀମାନେ କହିଛନ୍ତି, ଆଣ୍ଡ୍ରଏଡ୍ ଆପ୍ ବିରୋଧରେ ଅନେକ ଅଭିଯୋଗ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆପ୍ ବ୍ୟବହାରକାରୀମାନେ ଅଜାଣତରେ ସାଇବର ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ଏସ୍‌ଏମ୍‌ଏସ୍‌ ଠକେଇ ନେଟୱାର୍କର ଶିକାର ହେଉଥିବ‌ ଅଭିଯୋଗ ହୋଇଥିଲା।

ଆପର ପ୍ରଚାର କରୁଥିବା ୟୁଟ୍ୟୁବ୍ ଭିଡିଓଗୁଡ଼ିକୁ ବ୍ଲକ୍
ସରକାର ଆପ୍‌ର ନିୟନ୍ତ୍ରଣ କେନ୍ଦ୍ରକୁ ବ୍ଲକ୍ କରିଛନ୍ତି। ଏହି ମାମଲାରେ ୧.୫୩ ଲକ୍ଷ ଉପଭୋକ୍ତା ଓ ୫୦ ରୁ ଅଧିକ ୟୁଟ୍ୟୁବ୍ ଭିଡିଓ ସହିତ ଚାରୋଟି ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଥରେ ଜଣେ ଉପଭୋକ୍ତା ଆପ୍ ଡାଉନଲୋଡ୍ କଲେ, ଏହା ସାଇବର ଅପରାଧ ପାଇଁ ଉପଭୋକ୍ତାଙ୍କ ଫୋନ୍ ମାଧ୍ୟମରେ ଏସ୍‌ଏମ୍‌ଏସ୍‌ ପଠାଇବା ଆରମ୍ଭ କରିଥାଏ।

ଲକ୍ଷ ଲକ୍ଷ ଉପଭୋକ୍ତା ଅଜାଣତରେ ଠକେଇର ଶିକାର
ଏହା ଦୈନିକ ୧୫.୩ ନିୟୁତ ଲୋକଙ୍କ ପାଖରେ ପହଞ୍ଚୁଥିଲା। ଆପ୍‌ର ଛୋଟ ଦୈନିକ ପେମେଣ୍ଟ ଦ୍ୱାରା ପ୍ରଲୋଭିତ ହୋଇ, ୧୫.୩ ନିୟୁତରୁ ଅଧିକ ୟୁଜର ଅଜାଣତରେ ଏହି ସାଇବର ଅପରାଧର ଶିକାର ହୋଇଥିଲେ। ଇ-ଚାଲାଣ ସହିତ ଜଡିତ ସାଇବର ଠକେଇର ତଦନ୍ତ ସମୟରେ ଆପ୍‌ର ସନ୍ଦେହ ଜନକ ଭୂମିକା ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ଏନେଇ ତଦନ୍ତ କରିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button