ଦେଶ ବିଦେଶ
Cyclone Arnab: ବାତ୍ୟା ‘ଅର୍ଣ୍ଣବ’ରେ ଦୋହଲିଲା ଭାରତର ପୂର୍ବ ଉପକୂଳ, ନାସା ଜାରି କଲା ମହାକାଶରୁ ଉଠାଯାଇଥିବା ଚିତ୍ର
ବାତ୍ୟା ‘ଅର୍ଣ୍ଣବ’ ଭାରତର ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରିଛି। ବିଶେଷକରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଏହି ବାତ୍ୟା ଯୋଗୁଁ ଧନଜୀବନ କ୍ଷତି ହୋଇଛି।

କଲମ୍ବୋ: ବାତ୍ୟା ‘ଅର୍ଣ୍ଣବ’ ଭାରତର ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରିଛି। ବିଶେଷକରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଏହି ବାତ୍ୟା ଯୋଗୁଁ ଧନଜୀବନ କ୍ଷତି ହୋଇଛି। ଚଳିତ ବର୍ଷ ଉତ୍ତର ହିନ୍ଦ ମହାସାଗରୀୟ ବାତ୍ୟା ଋତୁର ପ୍ରଥମ ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖ ସକାଳେ ଭାରତୀୟ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା।
ଆମେରିକାର NOAA-20 ଉପଗ୍ରହ ଅକ୍ଟୋବର ୨୭ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ଚିତ୍ର ଉତ୍ତୋଳନ କରିଥିଲା। ନାସା ପକ୍ଷରୁ ଏହି ଉପଗ୍ରହ ଚିତ୍ର ଜାରି କରାଯାଇଛି। ଏଥିସହ ବାତ୍ୟା ସହ ଏଲ୍ ନିନୋର ସମ୍ପର୍କ ବିଷୟରେ ମଧ୍ୟ ତଥ୍ୟ ଦିଆଯାଇଛି।
ନାସାର ସୂଚନା ଅନୁଯାୟୀ, ଅକ୍ଟୋବର ୨୫ ତାରିଖରେ ବଙ୍ଗୋପସାଗରରେ ଏହି ବାତ୍ୟାର ସୃଷ୍ଟି ହୋଇଥିଲା। ସାଧାରଣତଃ ବଙ୍ଗୋପସାଗରରେ ଏପ୍ରିଲ୍ କିମ୍ବା ମେ’ ମାସରେ ଏଭଳି ବାତ୍ୟା ଦେଖିବାକୁ ମିଳିଥାଏ।
ସୌଜନ୍ୟ ସମ୍ବାଦ




