ରାଜ୍ୟ

Cyclone Arnab Impact: ଅଶାନ୍ତ ବଙ୍ଗୋପସାଗର, ରାଜନଗର ପେଣ୍ଠ ନିକଟରେ ଧସିଲା ଘେରିବନ୍ଧ

ବାତ୍ୟା ଅର୍ଣ୍ଣବ ପ୍ରଭାବରେ କେନ୍ଦ୍ରାପଡ଼ାର ରାଜନଗର ପେଣ୍ଠ ନିକଟରେ ଜୁଆର ମାଡ଼ରେ ପ୍ରାୟ ୨୦୦ ଫୁଟ ଲୁଣା ଘେରିବନ୍ଧ ଧସିଛି। ପ୍ରଶାସନର ପ୍ରସ୍ତୁତି, ଗର୍ଭବତୀଙ୍କ ସ୍ଥାନାନ୍ତର ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା ବ୍ୟବସ୍ଥା ଜାଣନ୍ତୁ।

ରାଜନଗର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବଙ୍ଗୋପସାଗର ଅଶାନ୍ତ ହୋଇପଡିଛି। ଫଳରେ କେନ୍ଦ୍ରାପଡ଼ାଜିଲ୍ଲା ରାଜନଗରର ପେଣ୍ଠ ନିକଟରେ ଜୁଆର ମାଡ଼ରେ ସମୁଦ୍ର କୂଳରେ ନିର୍ମାଣ ହୋଇଥିବା ଲୁଣା ଘେରି ବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଛି।

ସମୁଦ୍ର ଦାଉରୁ ରକ୍ଷା କରିବା ପାଇଁ ଏହି ଲୁଣା ଘେରି ବନ୍ଧ ନିର୍ମାଣ କରାଯାଇଥିଲା। ଏତେ ଲମ୍ବର ବନ୍ଧ ଧସି ଯାଇଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ, କେନ୍ଦ୍ରାପଡା ଜିଲ୍ଲା ପାଇଁ ବାତ୍ୟା ସେଭଳି ପ୍ରଭାବ ପକାଇବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତଥାପି, କାଳେ ବାତ୍ୟା ଗତିପଥ ବଦଳାଇବ ଓ ପ୍ରଭାବ ପଡିବ ସେଥିପାଇଁ ପ୍ରଶାସନ ତାର ପ୍ରସ୍ତୁତି ଆରମ୍ବ କରିଦେଇଛି। ଗତକାଲି (ସୋମବାର) କେନ୍ଦ୍ରାପଡା ଜିଲ୍ଲାପାଳ ବିଭିହନ ବାତ୍ୟା ଆଶ୍ରୟସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅସଜଡା ଥିବା ପେଣ୍ଠ ବାତ୍ୟା ଆଶ୍ରୟସ୍ଥଳ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜସ୍ୱ ମନ୍ତ୍ରୀ ଏନେଇ ତାଗିଦ କରିଥିଲେ। ଆଜି ବିଡିଓ ଅଶୋକ କୁମାର ମହାନ୍ତି ଓ ତହସିଲଦାର ଯୀଶୁକ୍ରୀଷ୍ଣ ଦାସ ବଗପାଟିଆ , ପେଣ୍ଠ ଓ ଅନ୍ୟ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୫ ତାରିଖ ମଧ୍ୟରେ ପ୍ରସାବ  ତାରିଖ ଥିବା ୧୩ ଜଣ ଗର୍ବବତୀ ମହିଳାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ଡେଲିଭରି ହୋଇ ସାରିଥିବା ବେଳେ ୩ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିଖିସ୍ଛାଳୟକୁ ସ୍ଥାନତରିତ କରାଯାଇଛି  ବୋଲି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିଖିସ୍ଛାଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ରାଜନଗରରେ ଥିବା ୧୧୭୧ ବୋଟ ଓ ୪୦ ଟ୍ରଲର ସମୁଦ୍ରରୁ ବାତ୍ୟା ପାଇଁ ଫେରି ଆସିଛନ୍ତି | ରାଜନଗର ବ୍ଲକର ତାଳଚୁଆ , ଗୋପାଳପୁର, ବରୁଣେଇ, ପ୍ରଭାତୀ , ବେଙ୍ଗମାରୀ, ହାତିଆଗଣ୍ଡ, ସାନକଣ୍ଟିଆ, କୋଠିଘାଟ, କେରୁଆଂପାଳ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଯାଇଥିବା ୧୧୭୧ ବୋଟ ଗତକାଲି ସନ୍ଧ୍ଯା ସୁଧା କୁଳକୁ ସୁରକ୍ଷିତ ଭାବେ ଫେରିଆସିଥିବା ରାଜନଗର ସାମୁଦ୍ରିକ ମଶ୍ଚ୍ୟ ଅଧିକାରୀ ରାଜନ କୁମାର ବେହେରା ସୂଚନା ଦେଇଛନ୍ତି। ସେହିଭଳି, ବାବୁବାଲି , ହବାଳିଖଟି , ଏକକୂଳାରୁ ବନ କର୍ମଚାରୀଙ୍କୁ ଫେରାଇ ଅଣାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button