ଓଡିଶା

Dangaria Women ଡଙ୍ଗରିଆ କନ୍ଧଙ୍କ ସାଲ୍ କପଡାଗୁନ୍ଦାକୁ ମିଳିବ ନୂଆ ପରିଚୟ, ଡଙ୍ଗରିଆ ମହିଳା ହେବେ ଉଦ୍ୟୋଗୀ

ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ କପଡାଗୁନ୍ଦା ବୁଣିବା ପାଇଁ ସ୍ଥାନୀୟ ଡଙ୍ଗରିଆ ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ ଯୋଜନା କରି କାର୍ଯ୍ୟାରମ୍ଭ କରିଛି ।

ରାୟଗଡା:  ରାୟଗଡା ଜିଲ୍ଲାରେ ବସବାସ କରୁଥିବା  ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ପରିଚୟର ଯଦିଓ  କୌଣସି ଆବଶ୍ୟକତା ନାହିଁ ‌ସେହିଭଳି ସେମାନେ ମୁଣ୍ଡ ଗୁଞିଥିବା ନିୟମଗିରି ପାହାଡ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ସେହି ପରିଚୟକୁ ଆହୁରି ପ୍ରତିଷ୍ଠିତ ଏବଂ ବ୍ୟବସାୟିକ କରିବାାପାଇଁ ଅଣ୍ଟା ଭିଡିଛି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ। ଏବେ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ କପଡାଗୁନ୍ଦା ବୁଣିବା ପାଇଁ ସ୍ଥାନୀୟ ଡଙ୍ଗରିଆ ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ ଏହାର ସ୍ବତନ୍ତ୍ର ଡିଜାଇନକୁ ବ୍ୟବହାର କରି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନିର୍ମାଣ କରିବା ପାଇଁ ଯୋଜନା କରି କାର୍ଯ୍ୟାରମ୍ଭ କରିଛି । ପୂର୍ବରୁ ତିନି ମାସର ପରିଶ୍ରମରେ ଗୋଟିଏ ସାଲ୍ ସମ୍ପୂର୍ଣ୍ଣ ହେଉଥିବା ବେଳେ ପାରିଶ୍ରମିକ ବାବଦକୁ ଡଙ୍ଗରିଆ ମହିଳା ଦେଉଥିବା ସମୟକୁ ମୂଲ ନିଅଣ୍ଟ ହେଉଥିବାରୁ ମହିଳାମାନେ ଡିଜାଇନିଂ ପାଇଁ ସମୟ ଦେଉନଥିଲେ । ଏବେ କିନ୍ତୁ ବିଭାଗ ସେମାନଙ୍କୁ ଉଦ୍ୟୋଗୀ କରିବା ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରୟାସ ଆରମ୍ଭ କରିଛି। କପଡାଗୁନ୍ଦା ବ୍ୟତୀତ  ପ୍ରାରମ୍ଭିକ ପର୍ଯ୍ୟାୟରେ ଡଙ୍ଗରିଆ ମହିଳାଙ୍କୁ ଏହାର ଡିଜାଇନ ବ୍ୟବହାର କରି ବ୍ୟାଗ,କୋଟ, ପର୍ସ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଡିଜାଇନରମାନେ  ବ୍ୟବସାୟିକରଣ ପାଇଁ ବିଭିନ୍ନ ଡିଜାଇନ ସଂପର୍କରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି। ‌ଯେଉଁ ଡଙ୍ଗରିଆ ମହିଳା କିମ୍ବା ଯୁବତୀମାନେ ସାଲ ବୁଣା ଜାଣିଛନ୍ତି ସେମାନେ ଭୁବନେଶ୍ବର ସ୍ଥିତ ଇନକ୍ୟୁବେସନ ସେଣ୍ଟରରେ ଟ୍ରେନିଂ ନେବେ । ଡଙ୍ଗରିଆ ଝିଅମାନେ ପ୍ରଶିକ୍ଷଣ ନେବା ପରେ ନିଜ ଅଞ୍ଚଳର ଝିଅମାନଙ୍କୁ ନିଜ ଉତ୍ପାଦର ଉନ୍ନତିକରଣ ସଂପର୍କରେ ପ୍ରଶିକ୍ଷଣ ଦେଇପାରିବେ । ଡଙ୍ଗରିଆ ଝିଅମାନେ ମାଷ୍ଟର ଟ୍ରେନର ହୋଇ  ନିଜ ନିଜର ବ୍ୟବସାୟ ଆରମ୍ଭ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି  ।

Show More

Leave a Reply

Your email address will not be published. Required fields are marked *

Back to top button