ଖେଳ

David Miller: ମିଲର୍‌ଙ୍କ ସହ ରିଲ୍‌ ପାଇଁ ଦୁଷ୍କର୍ମ ଧମକ

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲାରେ ଭାରତ ୭୬ ରନ୍‌ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠାରୁ ହାରିବାର ମୂଳ କାରଣ ଥିଲେ ଏହି ଦଳର ବିସ୍ଫୋରକ ବ୍ୟାଟର୍‌ ଡେଭିଡ୍ ମିଲର୍‌। କେବଳ ୨୦ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା....

ମୁମ୍ବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲାରେ ଭାରତ ୭୬ ରନ୍‌ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠାରୁ ହାରିବାର ମୂଳ କାରଣ ଥିଲେ ଏହି ଦଳର ବିସ୍ଫୋରକ ବ୍ୟାଟର୍‌ ଡେଭିଡ୍ ମିଲର୍‌। କେବଳ ୨୦ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ମିଲର୍‌ଙ୍କ ଧୂଆଁଧାର ୬୩ ରନ୍‌ (୩୫ ବଲ୍‌, ୭ ଚୌକା, ୩ ଛକା) ପାଇଁ ୧୮୭/୭ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଥିଲା ଦକ୍ଷିଣ ଆଫ୍ରିକା। ଜବାବରେ ଭାରତ ମାତ୍ର ୧୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତର ଏହି ଶୋଚନୀୟ ପରାଜୟ ପରେ ମିଲରଙ୍କ ସହ ଆର୍‌ଜେ ପ୍ରିନ୍‌ସୀ ପାରିଖ ନାମକ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରିଲ୍‌ କରି ଭାରତୀୟ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମରେ ଏହି ରିଲ୍‌କୁ ପୋଷ୍ଟ କରି ପାରିଖ ଲେଖିଥିଲେ, ଡେଭିଡ୍ ମିଲର୍‌! କି ଚମତ୍କାର ଖେଳାଳି। ଆମେ ଏବେ ବନ୍ଧୁ। ଏହି ରିଲ୍‌ ଓ ଲେଖା ଯୋଗୁ କିନ୍ତୁ ସେ ଭୀଷଣ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଯିଏ ଭାରତକୁ ହରାଇଲା ତା’ ସହ ରିଲ୍‌ କରି ତତେ ଲାଜ ଲାଗୁନି ବୋଲି କିଛି କ୍ଷୁବ୍ଧ ଭାରତୀୟ ପ୍ରଶଂସକ ତାଙ୍କୁ ଟ୍ବିଟ୍‌ କରିଛନ୍ତି। ଆଉ କେତେକ ପ୍ରଶଂସକ ରାଗରେ ନିଆଁବାଣ ହୋଇ ମୋଟୀ ତତେ ସମସ୍ତେ ମିଶିକି ଦୁଷ୍କର୍ମ କରିବୁ ଭଳି ଲଜ୍ଜାଜନକ ଲେଖା ମଧ୍ୟ ଲେଖିଛନ୍ତି। ତାଙ୍କୁ ବିଭିନ୍ନ ପ୍ରକାର ଧମକ ମିଳୁଥିବା ଆଉ ଏକ ପୋଷ୍ଟ୍‌ରେ ପାରିଖ ଲେଖିଛନ୍ତି। ସେହିଭଳି ଆବଶ୍ୟକ ହେଲେ ଏଭଳି ଖରାପ ଲୋକଙ୍କ ବିରୋଧରେ ଅଦାଲତକୁ ଯିବେ ବୋଲି ଏଥିରେ ଲେଖିଛନ୍ତି ସେ। ପରେ ଅବଶ୍ୟ ଟ୍ରୋଲ୍‌କୁ ସହି ନପାରି ଉଭୟ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରୁ ନିଜର ସେହି ଚର୍ଚ୍ଚିତ ରିଲ୍‌କୁ ଡିଲିଟ୍‌ କରି ଦେଇଛନ୍ତି ପାରିଖ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button