ଓଡିଶାଜିଲ୍ଲା

Dead: କଳାହାଣ୍ଡିର ବାପ ଛେଉଣ୍ଡ ଯୁବକଙ୍କ ହ୍ରାଇଦ୍ରାବାଦରେ ମୃତ୍ୟୁ, ବେସାହାରା ହୋଇଗଲେ ମା’

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପୁଣି ଜଣେ ଓଡ଼ିଆ ଶ୍ରମିକ ମୃତଦେହ ଗାଁକୁ ଫେରୁଛି। ମୃତ ଯୁବକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚିଲିଗୁଡ଼ା ଗ୍ରାମର ବାପ ଛେଉଣ୍ଡ ଯୁବକ ବସନ୍ତ ବାଗ (୨୨)।

କୋକସରା: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ଯୁବକଭ୍କ ମୃତଦେହ ଗାଁକୁ ଫେରୁଛି। ମୃତ ଯୁବକ ହେଲେ କଳାହାଣ୍ଡିଜିଲ୍ଲା କୋକସରା ଥାନା ଚିଲିଗୁଡା ଗ୍ରାମର ବାପ ଛେଉଣ୍ଡ ବସନ୍ତ ବାଗ (୨୨)।

ହାଇଦ୍ରାବାଦର ଏକ ଠିକାଦାର ନିକଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିଲେ ବସନ୍ତ। ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡିବାରେ ଲାଗିଲା। ସାଥିରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ନେଇ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବସନ୍ତ କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଫୋନ୍‌ରେ ଶୁଣିବା ପରେ ଚିଲିଗୁଡ଼ା ଗ୍ରାମର ତାଙ୍କ ସମ୍ପର୍କୀୟ ଲୋକ ହାଇଦ୍ରାବାଦ ଯାଇଥିଲେ ଓ ସେଠାରୁ ଆଜି ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ନେଇ ଭିଟାମାଟିକୁ ଫେରୁଥିବା ଖବର ମିଳିଛି।

ତେବେ ସ୍ୱାମୀକୁ ହରାଇ ଥିବା ବିଧବା ମା’ ନିଜ ରୋଜଗାରିଆ ପୁଅର ମୁହଁ ଦେଖି  ଜୀବନ କାଟୁଥିବା ବେଳେ ପୁଅର ମୃତ୍ୟୁ ପରେ ହତବାକ ହୋଇ ପଡିଛନ୍ତି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ଚିଲିଗୁଡା ଗ୍ରାମବାସୀ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button