ଅପରାଧଦେଶ ବିଦେଶ

Dead: ହତ୍ୟା ଅଭିଯୋଗ ଆଣିଲେ ପରିବାର, ସଂଦେହ ଘେରରେ ସାଙ୍ଗ

ଦୁଧେଇ ନଦୀରୁ ଗତ ମଙ୍ଗଳବାର ବରୀ ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଥିବା ଯୁବକର ମୃତଦେହକୁ ନେଇ ଏବେ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ ସତ୍ୟଜିତ୍ ରାଉତ(ରିସୁ) ୨୮ର ପରିବାର ପକ୍ଷରୁ ଏହା ଅପମୃତ୍ୟୁ ନୁହେଁ...

ବରୀ: ଦୁଧେଇ ନଦୀରୁ ଗତ ମଙ୍ଗଳବାର ବରୀ ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଥିବା ଯୁବକର ମୃତଦେହକୁ ନେଇ ଏବେ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ ସତ୍ୟଜିତ୍ ରାଉତ(ରିସୁ) ୨୮ର ପରିବାର ପକ୍ଷରୁ ଏହା ଅପମୃତ୍ୟୁ ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବରୀ ଥାନାରେ ଅଭିଯୋଗ କରାଯାଇଛି।

ମୃତ ରିସୁର ଦାଦା ଢିହବାରିଂ ଗ୍ରାମର ଦୀପକ କୁମାର ରାଉତ କରିଥିବା ଅଭିଯୋଗ ଅନୁସାରେ ଗତ ୩ତାରିଖ ମଙ୍ଗଳବାର ଦିନ ରିସୁ ଘରେଥିବା ବେଳେ ଦିନ ୧୧ଟା ‌ବେଳେ ତାର ଅନ୍ୟାସୀପୁର ଗ୍ରାମର ସାଙ୍ଗ ବିଜୟ କୁମାର ପାତ୍ର(ବୁବୁଆ) ଓ ତାର ଆଉଜ‌ଣେ ସାଙ୍ଗ  ଢିହବାରିଂ ଘରେ ପହଞ୍ଚି ରିସୁ କୁ ଘରୁ ଡ଼ାକି ଆଣିଥିଲେ। ସେଠାରୁ ବରୀ ଆସିଥିଲେ। ନେଉଳା ଛକ ଠାରେ ଥିବା ଜନଔଷଧୀ କେନ୍ଦ୍ର ନିକଟ ଗ୍ୟାରେଜ ରେ ରିସୁ କଥାହେଉଥିବା ବେଳେ ତାର  ବୁବୁଆ ଓ ତାର ସାଙ୍ଗ ମଦ୍ୟପାନ କରିଥିବା ବେଳେ ବାଧ୍ୟକରି ରିସୁକୁ ଗାଡ଼ିରେ ବସାଇ ନେଇଯାଇଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ରିସୁ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଖୋଜାଖେଜି ଆରମ୍ଭ ହୋଇଥିଲା। ରିସୁ ଓ ତାର ସାଙ୍ଗର ଫୋନ ସୁଇଚ୍ ଅଫ ଦେଖାଦେଇଥିଲା। ପରବର୍ତ୍ତି ସମୟରେ ଖୋଜାଖୋଜି କରି  ବରୀକୁ ଆସୁଥିଲା ବେଳେ  ଛତର ନିକଟରେ ନଦୀରୁ ଏକ ଯୁବକର ଶବ ଉଦ୍ଧାର କରି ଅଗ୍ନିଶ୍ରମ ବାହିନୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛି ବୋଲି ଖବର ପାଇଁ ସେଠାରେ ପହଞ୍ଚି ଚିହ୍ନଟ କରିଥିଲେ।

ତେବେ ସାଙ୍ଘରେ ଡାକି ଆଣିଥିବା ତାର ସାଙ୍ଗ ବୁବୁଆ କିମ୍ବା ବୁବୁଆର ସାଙ୍ଗର  ଦେଖା ନଥିଲା ଏବଂ ଉଭୟଙ୍କ ମୋବାଇଲି ସୁଇଚ୍ ଅଫ ରହିଥିଲା। ଯାହାକୁ ନେଇ ମୃତ ସତ୍ୟଜିତ୍ର ଦାଦା ସଦେହ ପ୍ରକାଶ କରିବା ସହିତ ତାର ଦୁଇ ସାଙ୍ଗ ତାକୁ ମାରଧର କରି ନଦୀକୁ ଠେଲି ଦେଇଥିବା ସେ ଅଭିଯୋଗ କରିଛନ୍ତି। ମୃତ ଯୁବକର ମୁଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କ୍ଷତିଚିହ୍ନ ଥିବା ଦେଇ ତାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା  ପରିବାରପକ୍ଷରୁ ଦାବି କରାଯାଇଛି।  ଥାନା ପକ୍ଷରୁ ଦୀପକର ଅଭିଯୋଗକୁ ଭିତିକରି ୫୧/୨୬ରେ ଏକ ହତ୍ୟାମମଲା ରଗୁ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ମାମଲାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଜ୍ୟେର୍ତିମୟୀ ସେଠୀ ସୂଚନା ରଖିଛନ୍ତି।ତେବେ ରିପୋର୍ଟ ଲେଖା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଘରୁ ଡ଼ାକି ଆଣିଥିବା ଦୁଇ ସାଙ୍ଗ ପୁଲିସ ହେପାଜତକୁ ଆସିଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button