ଅପରାଧଓଡିଶା

Dead Body Rescued: ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର

ରାୟଗଡ଼ା ଜିଲ୍ଲା ଵିଷମ କଟକ ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଷମକଟକ ସହରର ନିବାସୀ ନବୀନ ସନ୍ତୋଷ ରାଏ I ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଵିଷମ କଟକ ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ  ହେଲେ ବିଷମକଟକ ସହରର ନିବାସୀ ନବୀନ ସନ୍ତୋଷ ରାଏ I  ଵିଷମ କଟକ ଥାନା ଅଧୀନ ଚାଟିକଣା ପଞ୍ଚାୟତ ହାଡ଼ ଶିଙ୍କୁଳି ଗ୍ରାମର ନଳିନୀ ବିଦ୍ୟା ମନ୍ଦିର ନିକଟ ଏକ ଧାନ କିଆରିରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଧାନ କିଆରିରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଵିଷମ କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ କଣ ଏବଂ ସନ୍ତୋଷଙ୍କ ମୃତଦେହ କିପରି ଆସିଲା ସେ ନେଇ ପୁଲିସ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ ସନ୍ତୋଷ ଗତ ଦୁଇ ଦିନ ହେଲା କୁଆଡ଼େ ଚାଲି ଯାଇଥିଲେ। ପରିବାର ପକ୍ଷରୁ ଖୋଜା ଚାଲିଥିଲା। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପାଇଛନ୍ତି I ଏ ନେଇ ପରିବାର ପକ୍ଷରୁ ବିଷମ କଟକ ଥାନାରେ ଏତଲା ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button