ଦେଶ ବିଦେଶ
Delhi: ଦିଲ୍ଲୀରେ ବର୍ଷାର ତାଣ୍ଡବ, ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ରେଡ୍ ଆଲର୍ଟ ଜାରି
ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନ ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ଓ ଏନ୍ସିଆର୍ ପାଇଁ ରେଡ୍ ଆଲର୍ଟ ଜାରି କରିଛି।

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନ ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ଓ ଏନ୍ସିଆର୍ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସତର୍କ ସୂଚନା ଦିଆଯାଇଛି। ଦିଲ୍ଲୀରେ ଆଜିଠାରୁ ୧୩ ପର୍ଯ୍ୟନ୍ତ ବ୍ରିକ୍ସ ଶିଖର ସମ୍ମିଳନୀ ଚାଲିଥିବା ବେଳେ ଏହି ପାଣିପାଗ ସ୍ଥିତି ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




