ଦେଶ ବିଦେଶ
Delhi: ୨୦୪୦ ସୁଦ୍ଧା ଦିଲ୍ଲୀରେ ୨୦% କମିବ ପିଏମ୍ ୨.୫ ପ୍ରଦୂଷଣ ଭାର, ବିଳମ୍ବ ହେଲେ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ ପଡ଼ିବ ଗୁରୁତର ପ୍ରଭାବ: ୟୁଏନ୍ଇପି ରିପୋର୍ଟ
ଭାରତର ରାଜଧାନୀ ଦିଲ୍ଲୀ ଯଦି ୨୦୨୬ରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜାତୀୟ ବାୟୁ ଗୁଣବତ୍ତା ମାପଦଣ୍ଡ ହାସଲ କରିପାରେ, ତେବେ ୨୦୪୦ ସୁଦ୍ଧା ଏଠାରେ ବାୟୁ ପ୍ରଦୂଷଣଜନିତ ''ପିଏମ୍୨.୫'' ସଂସ୍ପର୍ଶ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଭାର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ।

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଯଦି ୨୦୨୬ରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜାତୀୟ ବାୟୁ ଗୁଣବତ୍ତା ମାପଦଣ୍ଡ ହାସଲ କରିପାରେ, ତେବେ ୨୦୪୦ ସୁଦ୍ଧା ଏଠାରେ ବାୟୁ ପ୍ରଦୂଷଣଜନିତ ”ପିଏମ୍୨.୫” ସଂସ୍ପର୍ଶ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଭାର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଏହି ନିୟମ କାର୍ଯ୍ୟକାରୀ କରିବାରେ ଯଦି ୮ ବର୍ଷର ବିଳମ୍ବ ଘଟେ, ତେବେ ପ୍ରଦୂଷଣ ହ୍ରାସ ମାତ୍ର ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ, ଯାହା ଦ୍ୱାରା ନାଗରିକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପଡ଼ିବ। ସୋମବାର ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଏବଂ ”କ୍ଲାଇମେଟ୍ ଆଣ୍ଡ୍ କ୍ଲିନ୍ ଏୟାର କୋଆଲିସନ୍” ପକ୍ଷରୁ ମିଳିତ ଭାବେ ପ୍ରକାଶିତ ”ହିଡେନ୍ ଆସେଟ୍ସ: ଦି ଇକୋନୋମିକ୍ ଆଣ୍ଡ୍ ହେଲ୍ଥ କେସ୍ ଫର୍ କ୍ଲାଇମେଟ୍ ଆଣ୍ଡ୍ କ୍ଲିନ୍ ଏୟାର ଆକ୍ସନ୍” ଶୀର୍ଷକ ବିଶ୍ୱସ୍ତରୀୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ସୌଜନ୍ୟ ସମ୍ବାଦ




