ଦେଶ ବିଦେଶ

Delhi Court: ସୋନିଆ ଗାନ୍ଧୀଙ୍କ ନାଁରେ ଏତଲା ପଞ୍ଜୀକରଣ ଆବେଦନ ରଦ୍ଦ କରିବା ନିଷ୍ପତ୍ତି ରଦ୍ଦ କଲେ ଦିଲ୍ଲୀ କୋର୍ଟ

ନାଗରିକତା ପାଇନଥିବା ସମୟରେ ଜାଲିଆତି କରି ଭୋଟର ତାଲିକାରେ ନାମ ସାମିଲ କରାଯିବା ମାମଲାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ଦାୟର ସଂଶୋଧନ ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି।

ନୂଆଦିଲ୍ଲୀ: ନାଗରିକତା ପାଇନଥିବା ସମୟରେ ଜାଲିଆତି କରି ଭୋଟର ତାଲିକାରେ ନାମ ସାମିଲ କରାଯିବା ମାମଲାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ଦାୟର ସଂଶୋଧନ ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଆବେଦନରେ କୁହାଯାଇଛି ଯେ, କଂଗ୍ରେସ ସାଂସଦ ଏପ୍ରିଲ ୩୦, ୧୯୮୩ରେ ଭାରତୀୟ ନାଗରିକତା ପାଇଥିଲେ ମଧ୍ୟ ୧୯୮୦ ମସିହା ଭୋଟର ତାଲିକାରେ ତାଙ୍କ ନାଁ ସାମିଲ ଥିଲା। ଆବେଦନକାରୀ ପ୍ରଶ୍ନ କରିଥିଲେ ଯେ, ୧୯୮୦ ଭୋଟର ତାଲିକାରେ କେମିତି ସୋନିଆଙ୍କ ନାଁ ସାମିଲ ହୋଇଥିଲା। ଆବେଦନକାରୀ ଆହୁରି ଅଭିଯୋଗ କରିଥିଲେ ଯେ, ୧୯୮୨ ମସିହାରେ ସୋନିଆଙ୍କ ନାଁ ଭୋଟର ତାଲିକାରୁ ହଟାଯାଇଥିଲା, ଏହା କ’ଣ ପାଇଁ ହଟାଯାଇଥିଲା ବୋଲି ପ୍ରଶ୍ନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ରେ ହେବ।

ଆବେଦନକାରୀ ପ୍ରଶ୍ନ କରିଛନ୍ତି ଯେ, ସୋନିଆ ଗାନ୍ଧୀ ୧୯୮୩ ମସିହାରେ ଯଦି ନାଗରିକତା ପାଇଲେ, ତେବେ କେଉଁ ଦଲିଲ୍‌ ଆଧାରରେ ତାଙ୍କ ନାଁ ‌୧୯୮୦ ଭୋଟର ତାଲିକାରେ ଯୋଡ଼ା ଯାଇଥିଲା। ଏଥିପାଇଁ ଜାଲ୍‌ କାଗଜପତ୍ରର ବ୍ୟବହାର କରାଯାଇଥିଲା କି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ବିଶାଳ ଗୋଗନେ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ ଏତଲା ପଞ୍ଜୀକରଣ କରିବା ପାଇଁ ହୋଇଥିବା ଆବେଦନକୁ ମାଜିଷ୍ଟ୍ରେଟ୍ ଖାରଜ କରିଦେଇଥିଲେ। ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ କହିଛନ୍ତି ଯେ, ମାଜିଷ୍ଟ୍ରେଟଙ୍କ ଆଦେଶରେ ଅନେକ ଆଇନଗତ ଦୁର୍ବଳତା ରହିଛି। ସେ କହିଛନ୍ତି ଯେ, ଆଦେଶରେ କୋର୍ଟଙ୍କ ନିଷ୍ପତ୍ତି ପଛର କାରଣ ପ୍ରଦାନ କରାଯାଇନାହିଁ। ସେସନ୍ସ କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଏତଲା ପଞ୍ଜୀକରଣ ପାଇଁ ଅଭିଯୋଗ ନେଇ ପୁଣି ଥରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button