ଦେଶ ବିଦେଶ

Delhi fire: ଦିଲ୍ଲୀ ଉତ୍ତମ ନଗର ମାଛ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ:୪୦୦ ଝୁମ୍ପୁଡ଼ି ପାଉଁଶ

ଗୁରୁବାର ସକାଳେ ଦିଲ୍ଲୀର ଉତ୍ତମ ନଗରର ମାଛ ବଜାର ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ସେହି ଅଞ୍ଚଳରେ ଥିବା ଦୋକାନ ଏବଂ ବସ୍ତିଗୁଡ଼ିକୁ ଗ୍ରାସ କରିଦେଇଛି।ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଉଦ୍ଧାରକାରୀ ଦଳଗୁଡ଼ିକୁ ଲିଭାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଛି। ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

ନୂଆଦିଲ୍ଲୀ:ଗୁରୁବାର ସକାଳେ ଦିଲ୍ଲୀର ଉତ୍ତମ ନଗରର ମାଛ ବଜାର ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ସେହି ଅଞ୍ଚଳରେ ଥିବା ଦୋକାନ ଏବଂ ବସ୍ତିଗୁଡ଼ିକୁ ଗ୍ରାସ କରିଦେଇଛି।ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଉଦ୍ଧାରକାରୀ ଦଳଗୁଡ଼ିକୁ ଲିଭାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଛି। ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

ରାତିରେ ହଠାତ୍ ନିଆଁ ଲାଗିବାରୁ ଝୁମ୍ପୁଡ଼ିରେ ଶୋଇଥିବା ଲୋକେ ବାହାରକୁ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଉଚ୍ଚ ଅଗ୍ନିଶିଖା ଯୋଗୁଁ ବାସିନ୍ଦାମାନେ ନିଆଁ ଲିଭାଇ ପାରି ନଥିଲେ। ରାତି ୧୧ଟା ୫୪ରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ୨୩ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ କିମ୍ବା ପ୍ରତ୍ୟକ୍ଷଦର୍ଶୀମାନେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ବିବରଣୀ ଦେଇ ପାରି ନାହାନ୍ତି। ଅଗ୍ନିକାଣ୍ଡ ୪୦୦ ଝୁମ୍ପୁଡ଼ି ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି।
ରିପୋର୍ଟ ଅନୁସାରେ, ମାଛ ବଜାର ନିକଟସ୍ଥ ମାଟିଆଲା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଞ୍ଚଳଟି ଘନ ଜନବସତିପୂର୍ଣ୍ଣ, ଏଠାରେ ଦୋକାନ ଏବଂ ବସ୍ତି ରହିଛି। ସେଠାରୁ ନିଆଁ ଝୁଲ୍ ଆସି ମାଛ ବଜାରରେ ପଡ଼ିଥିବା ଅନୁମାନ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button