ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ମଙ୍ଗଳବାର କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍ଙ୍କ ଏକ ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି। ଏହି ଆବେଦନରେ କାର୍ତ୍ତି ଚିଦମ୍ବରମ୍ ଭାରତରେ ଏକ ବ୍ରିଟିସ କମ୍ପାନିର ହ୍ୱିସ୍କିର ଶୁଳ୍କମୁକ୍ତ ବିକ୍ରୟ ଉପରେ ଲାଗିଥିବା ନିଷେଧାଦେଶ ହଟାଇବାରେ ସାହାଯ୍ୟ କରିଥିବା ନେଇ ସିବିଆଇର ଏଫ୍ଆଇଆର୍କୁ ଖାରଜ କରିବାକୁ ଅନୁରୋଧ କରିଛନ୍ତି। ଜଷ୍ଟିସ୍ ଶର୍ମା ଶୁଣାଣିରୁ ଓହରିବାର କାରଣ ଦର୍ଶାଇ ନାହାନ୍ତି।
ତେଣେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ନେତା ମନିଷ ସିସୋଦିଆ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ଆବେଦନରେ ଜଷ୍ଟିସ୍ ଶର୍ମାଙ୍କ ନିକଟରେ ଶୁଣାଣିରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୌଜନ୍ୟ ସମ୍ବାଦ

