Devendra Pradhan: ପ୍ରଥମ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍ବଲ୍: ୟୁନିଟ୍-୬ କ୍ରୀଡ଼ା ସଂଘକୁ ବିଜୟ ମୁକୁଟ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ପ୍ରଥମ ଡ. ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତାର ବିଜେତା ଟ୍ରଫିକୁ ଜିତି ନେଇଛି ୟୁନିଟ୍-୬ କ୍ରୀଡ଼ା ସଂଘ। ସ୍ଥାନୀୟ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମୀ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଏହି ଅଗ୍ରଣୀ ଭୁବନେଶ୍ବର କ୍ଲବ୍ ୧-୦ ଗୋଲ୍ରେ ଅନୁଗୁଳ ପଟାକାର ଅଷ୍ଟକିଳା କ୍ଲବ୍କୁ ପରାସ୍ତ କରିଛି।

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ପ୍ରଥମ ଡ. ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତାର ବିଜେତା ଟ୍ରଫିକୁ ଜିତି ନେଇଛି ୟୁନିଟ୍-୬ କ୍ରୀଡ଼ା ସଂଘ। ସ୍ଥାନୀୟ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମୀ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଏହି ଅଗ୍ରଣୀ ଭୁବନେଶ୍ବର କ୍ଲବ୍ ୧-୦ ଗୋଲ୍ରେ ଅନୁଗୁଳ ପଟାକାର ଅଷ୍ଟକିଳା କ୍ଲବ୍କୁ ପରାସ୍ତ କରିଛି। ଏକମାତ୍ର ଗୋଲ୍ ଦେଇଥିଲେ ସନ୍ତୋଷ ଟ୍ରଫି ଖେଳାଳି ଚନ୍ଦ୍ର ମୁର୍ମୁ। ଅଷ୍ଟକିଳା କ୍ଲବ୍ର ସମୀର ମାଝୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ବିଜୟୀ ଦଳକୁ ୟୁନିଟ୍-୬ କ୍ରୀଡ଼ା ସଂଘର ସମ୍ପାଦକ ତଥା ବିଏଏ ଫୁଟ୍ବଲ୍ ସମ୍ପାଦକ ଦିଲୀପ କୁମାର ଦାସ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ବର୍ଷଠାରୁ ଏହି ପ୍ରତିଯୋଗିତାର ନାମକୁ ‘ଉତ୍କଳ କପ୍’ କରିବାକୁ ପ୍ରସ୍ତାବ ରହିଥିବା ପ୍ରକାଶ କରିଛନ୍ତି ଆୟୋଜକ ସିଟି କ୍ଲବ୍ର ସମ୍ପାଦକ ପ୍ରଦୀପ ରାଉତରାୟ।
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି ସମୀର ମହାନ୍ତି, ସମ୍ପାଦକ ଅଭିଜିତ୍ ପାଲ୍, ବିଧାୟକ ବାବୁ ସିଂହ, ଅଶୋକ ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ଜିଲ୍ଲା ଭାଜପା ସମ୍ପାଦକ ନିରଂଜନ ମିଶ୍ର, ବିଏଏ ସଭାପତି ସୁରେଶ କୁମାର ରାଉତରାୟ, ସମ୍ପାଦକ ସୌର୍ଯ୍ୟରଂଜନ ପରିଜା,ଏସ୍ଜିଓ ମୁଖ୍ୟ ଭାଗ୍ୟଧର ଜଗଦ୍ଦେବ, ସମାଜସେବୀ ଯଜ୍ଞାଶିଷ ମହାପାତ୍ର, ବନୋଜ ପ୍ରଧାନ, ଅରୁଣ ସାହୁ, ସେଖ୍ ଅବଦୁଲ, ଗଣେଶ ପାଲ, ମହେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ନୀତା ଫୁଟ୍ବଲ୍ ଏକାଡେମୀ ଓ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା।
ସୌଜନ୍ୟ ସମ୍ବାଦ




