ମନୋରଞ୍ଜନ

Dhurandhar 2: ତାମିଲନାଡୁରେ ‘ଧୁରନ୍ଧର-୨’କୁ ବ୍ୟାନ୍ ଦାବି, ହାଇକୋର୍ଟରେ ପହଞ୍ଚିଲା ମାମଲା

ରଣବୀର ସିଂହ ଷ୍ଟାରର୍ ‘ଧୁରନ୍ଧର: ଦ ରିଭେଞ୍ଜ’କୁ ନେଇ ବିବାଦ ଥମୁନାହିଁ । ଏବେ ତାମିଲନାଡୁରେ ଫିଲ୍ମ ପ୍ରଦର୍ଶନରେ ରୋକ ଲଗାଇବାକୁ ଦାବି ଉଠିଛି । ମାମଲା ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛି ।

ନୂଆଦିଲ୍ଲୀ ୨୪।୦୩: ରଣବୀର ସିଂହ ଷ୍ଟାରର୍ ‘ଧୁରନ୍ଧର: ଦ ରିଭେଞ୍ଜ’କୁ ନେଇ ବିବାଦ ଥମୁନାହିଁ । ଏବେ ତାମିଲନାଡୁରେ ଫିଲ୍ମ ପ୍ରଦର୍ଶନରେ ରୋକ ଲଗାଇବାକୁ ଦାବି ଉଠିଛି । ମାମଲା ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛି । ନିର୍ବାଚନ ମାହୋଲରେ ଫିଲ୍ମ ରିଲିଜକୁ ନେଇ ଆପତ୍ତି ହେଉଛି । ଓକିଲ ଶୀଲା ମାଡ୍ରାସ ହାଇକୋର୍ଟରେ ତତ୍କାଳ ଶୁଣାଣି ଦାବି କରି ଫିଲ୍ମକୁ ବ୍ୟାନ୍ କରିବାକୁ ଅପିଲ କରିଛନ୍ତି । ଅଭିଯୋଗକର୍ତ୍ତାଙ୍କ ଅନୁସାରେ, ଫିଲ୍ମର କାହାଣୀ ଓ ବିଷୟ ରାଜନୈତିକ । ଏହି ସ୍ଥିତିରେ ନିର୍ବାଚନ ପୂର୍ବରୁ ଏହାର ପ୍ରଦର୍ଶନ ଆଚରଣ ସଂହିତାକୁ ଉଲ୍ଲଂଘନ କରିପାରେ।

ତେବେ କୋର୍ଟ ଏହି ମୌଖିକ ଆବେଦନ ଉପରେ ତୁରନ୍ତ ରୋକ ଲଗାଇବାକୁ ପ୍ରତ୍ୟାଖ୍ୟାନ କରି ଅଭିଯୋଗକର୍ତ୍ତାଙ୍କୁ ଔପଚାରିକ ଆବେଦନ ଦାଖଲ କରିବାକୁ କହିଛନ୍ତି । ଲିଖିତ ଆବେଦନ ଦାଖଲ ପରେ ଏ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ। ତାମିଲନାଡୁରେ ଆସନ୍ତା ମାସ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ସ୍ଥିତିରେ କୌଣସି ରାଜନୈତିକ କିମ୍ବା ସମ୍ବେଦନଶୀଳ ବିଷୟ-ଆଧାରିତ ଫିଲ୍ମକୁ ନେଇ ଉଭୟ ପ୍ରଶାସନ ଓ କୋର୍ଟ ସତର୍କ ଅଛନ୍ତି।

ସେଥିପାଇଁ ଫିଲ୍ମର ରିଲିଜ୍ ସମୟ ଉପରେ ପ୍ରଶ୍ନବାଚୀ ଉଠିଛି । ‘ଧୁରନ୍ଧର-୨’ ପ୍ରଥମରୁ ବିବାଦ ଘେରରେ ରହିଛି । ଦେଶର ବିଭିନ୍ନ ସ୍ଥାନରେ ଏହାର ବିଷୟବସ୍ତୁକୁ ନେଇ ବିରୋଧ ହୋଇଛି। କିଛି ନେତା ଓ ସଂଗଠନ ଏହାକୁ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ କହିଛନ୍ତି । ‘ଧୁରନ୍ଧର୨’ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିଛି । ଫିଲ୍ମକୁ ବକ୍ସ ଅଫିସ୍‌ରେ ଭଲ ପ୍ରତିକ୍ରିୟା ମିଳୁଛି। ମାତ୍ର ୪ ଦିନରେ ଏହା ୭୫୦ କୋଟିରୁ ଅଧିକ କଲେକ୍ସନ୍ କରିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button