ମନୋରଞ୍ଜନ

Dhurandhar-2 : ପ୍ରଥମ ସପ୍ତାହରେ ୭୦୦କୋଟି ମୁହାଁ ‘ଧୁରନ୍ଧର ୨’, ପଛରେ ପଡିଲେ ‘ବାହୁବଳୀ ୨’ ରୁ ନେଇ ‘ଗଦର ୨’

ବକ୍ସ ଅଫିସରେ 'ଧୁରନ୍ଧର ୨'ର ଜଲୱା ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବର୍ଷର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ "ଧୁରନ୍ଧର ୨: ଦି ରିଭେଞ୍ଜ" ବକ୍ସ ଅଫିସ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଛି

ମୁମ୍ଵାଇ ୨୪।୦୩; ଦେଶରେ ଏବେ ‘ଧୁରନ୍ଧର ୨’ ଝଡ଼ । ବକ୍ସ ଅଫିସରେ ଫିଲ୍ମରେ ଜଲୱା ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବର୍ଷର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ “ଧୁରନ୍ଧର ୨: ଦି ରିଭେଞ୍ଜ” ବକ୍ସ ଅଫିସ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଛି । ପ୍ରଥମ ଦିନରୁ ଫିଲ୍ମର କଲେକ୍ସନ ବଢ଼ିବା ଆରମ୍ଭ କରିଥିଲା । ପେଡ୍ ପ୍ରିଭ୍ୟୁକୁ ଛାଡି ଦେଲେ, ଏହା ପ୍ରଥମ ବଲିଉଡ୍ ଫିଲ୍ମ ହୋଇଛି ଯାହା ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଫିଲ୍ମ ରିଲିଜ୍ ହେବାର ୪ ଦିନ ବିତିଯାଇଛି ଏହା ବକ୍ସ ଅଫିସରେ ହଲଚଲ ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଚତୁର୍ଥ ଦିନ, ରବିବାର ଫିଲ୍ମଟି କେତେ ରୋଜଗାର କରିଛି ।

‘ଧୁରନ୍ଧର ୨’ ମାତ୍ର ତିନି ଦିନରେ ବିଶ୍ୱବ୍ୟାପୀ ୫୦୦ କୋଟି କ୍ରସ୍ କରିସାରିଛି । ଫିଲ୍ମଟି ଏବେ ବକ୍ସ ଅଫିସରେ ଏମିତି ସ୍ଥାନ ହାସଲ କରିଛି ଯାହା ପୂର୍ବ କୌଣସି ବ୍ଲକବଷ୍ଟର ଫିଲ୍ମ ହାସଲ କରିପାରି ନାହିଁ ଏବେ, ଫିଲ୍ମର ଚତୁର୍ଥ ଦିନର ଆୟ ବିଷୟରେ ଆଲୋଚନା କରିବା ।ସାକନିଲ୍କର ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ “ଧୁରନ୍ଧର ୨” ଶନିବାର ୧୧୩.୦୦ କୋଟି ରୋଜଗାର କରିଥିଲା । ଚତୁର୍ଥ ଦିନ, ରବିବାର ଏହାର କଲେକ୍ସନ ବଢିଥିଲା । ରବିବାର ଫିଲ୍ମଟି ୧୧୪.୮୫ କୋଟି ରୋଜଗାର କରିଛି । ଶନିବାର ୨୦,୯୧୭ଶୋ ହୋଇଥିବା ବେଳେ, ରବିବାର ଏହି ସଂଖ୍ୟା ବଢି ୨୧, ୧୫୩ରେ ପହଞ୍ଚିଛି। ଫିଲ୍ମଟି ଦେଶରେ ମୋଟ ୪୫୪.୧୨ କୋଟି ରୋଜଗାର କରିଛି ।4

 ୱାଲ୍ଡୱାଇଡ କଲେକସନ- ଫିଲ୍ମର ବିଶ୍ୱବ୍ୟାପୀ ପ୍ରାୟ ୧୪୯.୩୨ କୋଟି ରୋଜଗାର କରିଛି । ବିଶ୍ୱବ୍ୟାପୀ ସଂଖ୍ୟାକୁ ଦେଖିଲେ, ଫିଲ୍ମଟି ପ୍ରାୟ ମୋଟ ୬୯୧.୩୨ କୋଟି ଆୟ କରିଛି । ଏହାର ଅର୍ଥ ହେଉଛି ଏହା ୭୦୦କୋଟି ରୋଜଗାର କରିବାଠୁ ଆଉ କିଛି ବାଟ ଦୂରରେ ରହିଛି । ଚତୁର୍ଥ ଦିନ କଲେକ୍ସନରେ ‘ବାହୁବଳୀ ୨’କୁ ପଛରେ ପକାଇ ଦେଇଛି। ରବିବାର “ବାହୁବଳୀ ୨” ୯୩.୦୦ କୋଟି ରୋଜଗାର କରିଥିବା ବେଳେ, “ଧୁରନ୍ଧର ୨” ୧୧୪.୮୫ କୋଟି ରୋଜଗାର କରି ଏହାକୁ ପଛରେ ପକାଇ ଦେଇଛି । ‘ଗଦର ୨’ ମୋଟ ରୋଜଗାର ପାର କରିଛି ।

‘ଧୁରନ୍ଧର ୨’ର ଷ୍ଟୋରୀ- ‘ଧୁରନ୍ଧର ୨ ‘ର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ସ୍ପାଏ ଆକ୍ସନ୍ ଥ୍ରୀଲର୍ ଫିଲ୍ମ । କାହାଣୀଟି ଜସକିରତ ସିଂହ ରଙ୍ଗି (ରଣବୀର ସିଂହ)ଙ୍କ ଅତୀତରୁ ଆରମ୍ଭ ହୁଏ । ଫିଲ୍ମଟି ଜସକିରତଙ୍କ ହମଜା ଅଲି ମଜାରି ହେବାର କାହାଣୀ କୁହ । ଫିଲ୍ମଟି ୨୬/୧୧ ଆକ୍ରମଣର ପ୍ରତିଶୋଧ, ବିମୁଦ୍ରୀକରଣ ଏବଂ ପାକିସ୍ତାନୀ ରାଜନୀତିରେ ହସ୍ତକ୍ଷେପ ଭଳି ପ୍ରସଙ୍ଗଗୁଡ଼ିକୁ ଦେଖାଇଛି । ବର୍ତ୍ତମାନ, ‘ହମଜା ଅଲି ମଜାରି’ ଭାବରେ, ଜସକିରତ ପାକିସ୍ତାନର କରାଚୀରର ଅଣ୍ଡରୱାର୍ଲ୍ଡ ଏବଂ ଆତଙ୍କବାଦୀ ନେଟୱାର୍କରେ ଅନୁପ୍ରବେଶ କରେ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button