Disrespect of Indian Flag: ବହୁ ମୂଲ୍ୟ ଦେବାକୁ ପଡିବ: ନ୍ୟୁୟର୍କରେ ତ୍ରିରଙ୍ଗାକୁ ଅପମାନ କରିଥିବା ଲୋକଙ୍କୁ ରିଜିଜୁଙ୍କ ଚେତାବନୀ
ନ୍ୟୁୟର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ପ୍ରତିବାଦକାରୀଙ୍କ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନିତ କରାଯିବା ଘଟଣାକୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କଡ଼ା ବିରୋଧ କରିଛନ୍ତି।

ନୂଆଦିଲ୍ଲୀ:ନ୍ୟୁୟର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ପ୍ରତିବାଦକାରୀଙ୍କ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନିତ କରାଯିବା ଘଟଣାକୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କଡ଼ା ବିରୋଧ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିବାଦର ଏକ ଭିଡିଓ ସେୟାର କରି ରିଜିଜୁ କହିଛନ୍ତି, ଆମେ ସବୁବେଳେ କହିଛୁ ଯେ ଆପଣଙ୍କୁ ଆରଏସଏସ, ବିଜେପି କିମ୍ବା ସରକାରଙ୍କୁ ସମାଲୋଚନା କରିବାର ସ୍ୱାଧୀନତା ଅଛି। କିନ୍ତୁ ଆମ ଦେଶକୁ ଅପମାନିତ କରନ୍ତୁ ନାହିଁ। ଏହା ଆପଣଙ୍କୁ ମହଙ୍ଗା ପଡ଼ିବ।କେନ୍ଦ୍ରମନ୍ତ୍ରୀ ରିଜିଜୁ ତେନାବନୀ ଦେଇ କହିଛନ୍ତି, ଧ୍ୟାନଦେଇ ଶୁଣ, ଆମ ପତାକା ଏବଂ ମୋ ଦେଶକୁ ଅସମ୍ମାନ କରନାହିଁ। ଏଥିପାଇଁ ତୁମକୁ ବହୁ ମୂଲ୍ୟ ଦେବାକୁ ପଡିବ। କିରେନ୍ ରିଜିଜୁଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ, ନ୍ୟୁୟର୍କର ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ ବାହାରେ ଜଣେ ପ୍ରଦର୍ଶନକାରୀ ଭାରତୀୟ ପତାକାକୁ ଅସମ୍ମାନ କରୁଥିବାର ଦେଖାଯାଉଛି, ଯେତେବେଳେ ଅନ୍ୟମାନେ ଖାଲିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି।
ସୌଜନ୍ୟ ସମ୍ବାଦ




