ଦେଶ ବିଦେଶ

Doctor Assaults Patient: ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ, ପିଟିଲେ ଡାକ୍ତର

ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ। ପିଟିଲେ ଡାକ୍ତର। ଭାଇରାଲ ହେଲା ଭିଡିଓ। ଶିମଲା ଘଟିଛି ଏଭଳି ଅଭାବନୀୟ ଘଟଣା। Indira Gandhi Medical College (IGMC)ର ଡାକ୍ତର ଏଭଳି ରୋଗୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି।

ନୂଆଦିଲ୍ଲୀ: ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ। ପିଟିଲେ ଡାକ୍ତର। ଭାଇରାଲ ହେଲା ଭିଡିଓ। ଶିମଲା ଘଟିଛି ଏଭଳି ଅଭାବନୀୟ ଘଟଣା।  Indira Gandhi Medical College (IGMC)ର ଡାକ୍ତର ଏଭଳି ରୋଗୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଘଟଣାଟି ରବିବାର ଘଟିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କର୍ଣ୍ଣେଲ ଧନୀ ରାମ ଶାଣ୍ଡିଲ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅଣନିଶ୍ବ‌ାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ

ଅଭିଯୋଗ ଅନୁଯାୟୀ, ଶିମଲା ଜିଲ୍ଲାର କୁପଭି ଉପଖଣ୍ଡରେ ଥିବା ଏକ ଗାଁରୁ ରୋଗୀଜଣକ ଆସିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ IGMCରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ତାଙ୍କୁ ଅପାମନିତ କଲା ଭଳି କଥା କହିଥିଲେ। ସମ୍ମାନ ଦେଇ କଥା କୁହନ୍ତୁ ବୋଲି କହିବାରୁ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି

ଘଟଣା ପରେ ତୁରନ୍ତ ରୋଗୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ହସ୍ପିଟାଲ ପରିସର ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ସ୍ଲୋଗାନ ଦେବା ସହ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଥିଲେ। କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଛନ୍ତି ଯେ, “ଏପରି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଏହା ଡାକ୍ତରୀ ବୃତ୍ତିର ନୀତିଶାସ୍ତ୍ର ବିରୁଦ୍ଧରେ। ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସ୍ୱାସ୍ଥ୍ୟ ସଚିବ, IGMC ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନ୍ସିପାଲଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ ପଠାଯାଇଛି। ଏକ ବିସ୍ତୃତ ତଦନ୍ତ କରାଯିବ, ଏବଂ ଏପରି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଭାଇ କହିବାରୁ ଚିକିତ୍ସା କରିନଥିଲେ ଡାକ୍ତର

ଭାଇ କହିଦେବାରୁ ଚିକିତ୍ସା କଲେନି ଡାକ୍ତର। ମିରଟରେ ଘଟିଥିଲା ଏଭଳି ଅଜବ ଘଟଣା। ମିରଟ ଜିଲ୍ଲା ହସ୍ପିଟାଲରେ ଏହାକୁ ନେଇ ହଙ୍ଗାମା ହୋଇଥିଲା। ଜଣେ ଭାରତୀୟ କିଷାନ ୟୁନିଅନ (BKU) ଅଧିକାରୀ ନିଜ ଝିଅର ଚିକିତ୍ସା କରିବାକୁ ଡାକ୍ତରଖାନା ଯାଇଥିଲେ। ହେଲେ ଡାକ୍ତର ତାଙ୍କର ଚିକିତ୍ସା କରି‌ନଥିଲେ। କାରଣ ସେ ଡାକ୍ତରଙ୍କୁ ଭାଇ ବୋଲି କହିଦେଇଥିଲେ। ଏହି ଘଟଣାରେ କ୍ରୋଧିତ ହୋଇ, BKU କର୍ମୀମାନେ ଜିଲ୍ଲା ସଭାପତି ଅନୁରାଗ ଚୌଧୁରୀଙ୍କ ନେତୃତ୍ୱରେ ହସ୍ପିଟାଲରେ ଧରଣା ଦେଇଥିଲେ। କିଛି ଘଣ୍ଟା ପରେ ସେମାନଙ୍କୁ ହାତ ଯୋଡି ହସ୍ପିଟାଲ ଇନଚାର୍ଜ କ୍ଷମା ମାଗିବାରୁ ଧରଣା ଶେଷ ହୋଇଥିଲା।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button