ଜାତୀୟବାଣିଜ୍ୟ

Dollar exchange: ଡଲାର ବିନିମୟ ମୂଲ୍ୟ ୯୨.୬୩ ଟଙ୍କାକୁ ବୃଦ୍ଧି

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୨ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି।

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୨ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ଯୁଦ୍ଧ ସଙ୍କଟ ଓ ସେୟାର ବଜାରରୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି। ଇରାନ ସହ ଇସ୍ରାଏଲ-ଆମେରିକା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଡଲାରର ବିନିମୟ ମୂଲ୍ୟ ୧.୫ ପ୍ରତିଶତ ବଢ଼ିଛି। ଏହି ସମୟ ଭିତରେ ବିଦେଶୀ ନିବେଶକମାନେ ଭାରତରୁ ୮୦୦ କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ତଳକୁ ତଳ ଖସୁଥିବା ଟଙ୍କା ମୂଲ୍ୟରେ ସୁଧାର ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରୁଛି। ଏହା ନିଜ ଭଣ୍ଡାରରେ ଥିବା ଡଲାରକୁ କମ୍‌ ଦାମ୍‌ରେ ବିକ୍ରି କରି ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ କରୁଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୪୦ ପ୍ରତିଶତ ବଢ଼ି ୧୦୦ ଡଲାର ପାଖାପାଖି ରହିଛି। ଯୁଦ୍ଧ ପାଇଁ ଉତ୍ତେଜନା ଜାରି ରହିଥିବାରୁ ଉଭୟ ତେଲ ଓ ଟଙ୍କା ମୂଲ୍ୟ ଉପରେ ଚାପ ରହିବ ବୋଲି ବିଶେଷଜ୍ଞମା‌ନେ ଆଶଙ୍କା କରୁଛନ୍ତି। ଭାରତୀୟ ଟଙ୍କା ଦୁର୍ବଳ ହେଉଥିବାରୁ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ, ଆମଦାନିକାରୀ, ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଓ ବିଦେଶରେ ପିଲାଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କ ଚିନ୍ତା ବଢ଼ିଯାଇଛି।

ଏହା ଦେଶର ଦରଦାମ୍‌ ସ୍ଥିତି ବିଗାଡ଼ିବାର କ୍ଷମତା ରଖିଛି। ମଧ୍ୟପ୍ରାଚ୍ୟ ସଙ୍କଟ ପ୍ରଭାବରୁ ସେଠାରେ କାମ କରୁଥିବା ଲୋକମାନେ ସ୍ବଦେଶକୁ ପଠାଉଥିବା ପାଣ୍ଠି (ରେମିଟାନ୍ସ) ହ୍ରାସ ପାଇବା ଆଶଙ୍କା ମଧ୍ୟ ଦେଖାଦେଇଛି। ଶକ୍ତିଶାଳୀ ଡଲାରରୁ କେବଳ ରପ୍ତାନିକାରୀ ଓ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକ ଉପକୃତ ହେବେ। କିନ୍ତୁ, ଦେଶର ସମଗ୍ର ଅର୍ଥନୀତି ଏହାଦ୍ବାରା କ୍ଷତିଗ୍ରସ୍ତ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button